ଅଧା ବାଟରେ ଆମ୍ବୁଲାନ୍ସରୁ ସରିଗଲା ତେଲ, ୨ ଘଣ୍ଟା କାଳ ଛଟପଟ ହୋଇ ଚାଲିଗଲା ପ୍ରସୂତୀଙ୍କ ଜୀବନ

Published By : Prameya-News7 Bureau | October 05, 2019 IST

ବାରିପଦା ୫।୧୦: ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଅଭାବନୀୟ ଘଟଣା ଘଟିଛି । ପ୍ରସୂତୀଙ୍କୁ ବାରିପଦା ଡାକ୍ତରଖାନା ଆଣିବା ବାଟରେ ଆମ୍ବୁଲାନ୍ସର ତେଲ ସରିଯାଇଥିଲା । ଫଳରେ ଅଧା ବାଟରେ ଆମ୍ବୁଲାନ୍ସଟି ଅଟକି ରହିଥିଲା । ଦୁଇ ଘଣ୍ଟା ଛଟପଟ ହୋଇ ଆମ୍ବୁଲାନ୍ସରେ ଯାଉଥିବା ପ୍ରସୂତୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ହାଣଦା ଗ୍ରାମର । ତେବେ ମୃତ୍ୟୁ ହେବା ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯିବ ।

{"id":166548}

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ହାଣଦା ଗ୍ରାମର ଚିତ୍ତରଞ୍ଜନ ମୁଣ୍ଡା ଗତକାଲି ରାତି ସାଢେ ୧୧ଟା ବେଳେ ତାଙ୍କ ସ୍ତ୍ରୀ ତୁଳସୀ ମୁଣ୍ଡାଙ୍କର ପ୍ରସବ ବେଦନା ହେବାରୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରୁ ଡାକ୍ତର ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାରିପଦା ନିଆଯାଉଥିବା ବେଳେ ଅଧା ରାସ୍ତାରେ ତେଲ ସରିଯାଇଥିଲା । ଫଳରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ପ୍ରାୟ ୨ଘଣ୍ଟା ପରେ ୧୦୮ ଆମ୍ବୁଲାନ୍ସ ଆସିଥିଲା । ସେତେବେଳକୁ ଆମ୍ବୁଲାନ୍ସ ମଧ୍ୟରେ ଛଟପଟ ହୋଇ ତୁଳସୀଙ୍କ ଜୀବନ ଚାଲିଯାଇଥିଲା । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନେଇ ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.