ଜନନୀ ଯନ୍ତ୍ରଣା : ଆସିଲାନି ଆମ୍ବୁଲାନ୍ସ , ଖଟିଆରେ ବୁହାହେଲେ ପ୍ରସୂତୀ

Published By : Prameya-News7 Bureau | July 19, 2019 IST

ମାଲକାନଗିରି ୧୯|୭: ପୁଣି ଖଟିଆରେ ବୁହା ହେଲେ ପ୍ରସୂତି ମହିଳା । ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୋହି ନେଲେ ଲୋକେ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ବେଙ୍ଗପାଣି ଗାଁର ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ପ୍ରସୂତି ମହିଳା ହେଲେ ଗାଁର ସୁରିଆ ପାଙ୍ଗି ।

ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ । ହେଲେ ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିଲାନି ଆମ୍ବୁଲାନ୍ସ । ଅନ୍ୟ ଏକ ଗାଁରେ ଅଟକି ରହିଥିଲା ଆମ୍ବୁଲାନ୍ସ । ପରେ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ କିରନ୍ ରାଓ ପ୍ରସୂତିଙ୍କୁ ଆଣିବାକୁ ଗାଁକୁ ଚାଲି ଚାଲି ଯାଇଥିଲେ । ଗାଁରୁ ପ୍ରସୂତିଙ୍କ ସ୍ବାମୀ ମଙ୍ଗଳା ଓ ଆଟେଣ୍ଡାଣ୍ଟ ରାଓ ମିଶି ଏକ ଖଟିଆ ସହାୟତାରେ ଗାଁରୁ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ଏକ କିଲୋମିଟର ଜଙ୍ଗଲିଆ ରାସ୍ତାରେ ପ୍ରସୂତିଙ୍କୁ ବୋହି ଆଣିଥିଲେ । ବର୍ତ୍ତମାନ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତିଙ୍କୁ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.