Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ପୁଣି ଜନନୀ ଯନ୍ତ୍ରଣା : ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

25/05/2019 at 4:33 PM

ଫୁଲବାଣୀ ୨୫|୫: ପୁଣି ଜନନୀ ଯନ୍ତ୍ରଣା।ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ରୋଗୀ । ହଁ ଆଜ୍ଞା ସ୍ବାସ୍ଥ୍ୟ ସେବାର ଏମିତି କରୁଣ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ବାମନତୋଟା ଗାଁରେ । ନିର୍ବାଚନବେଳେ ସବୁ ରାଜନୈତିକ ଦଳ ବିକାଶର ଏମିତି ଗୋଲାପି ଚିତ୍ର ଦେଖାଇଲେ ଯେ, ଗଦ ଶୁଂଘିଲାଭଳି ଲୋକେ ଭୋଟ ବର୍ଷା କରିଦେଇଗଲେ । ହେଲେ ବିକାଶ ତ ଦୂରର କଥା ମୋଳିକ ସୁବିଧା ଚିକକବି ଲୋକ ପାଇବାରୁ ବଞ୍ଚିତ।

ସ୍ବାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଚିତ୍ର । ଖଟିଆରେ ବୁହାହେଲେ ଗର୍ଭବତୀ । ଟାଣ ଖରାରେ ଗର୍ଭବତୀଙ୍କୁ ଖଟିଆରେ ବୋହୁଛନ୍ତି ଦୁଇ ଜଣ । ଏ ଚିତ୍ର ଆଜ୍ଞା କନ୍ଧମାଳ କୋଟଗଡ଼ ବାମନତୋଟା ଗାଁର । ଗାଁର ନିରଞ୍ଜନ ମଲ୍ଲିକଙ୍କ ସ୍ତ୍ରୀ ଲିପିଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ସେ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସିଧା ସିଧା ମନା କରିଦେଲା । ବାଧ୍ୟ ହୋଇ ୩-୪ କିଲୋମିଟର ବଣ ଜଙ୍ଗଲିଆ ରାସ୍ତାରେ ଖଟିଆରେ ଲିପିଙ୍କୁ ବୋହି କୋଟଗଡ଼ ଡାକ୍ତରଖାନା ଆଣିଥିଲେ ।

ଗାଁ ଗାଁକୁ ମୌଳିକ ସୁବିଧା ଯୋଗାଇଦେଉଛନ୍ତି ବୋଲି ସରକାର ଡିଣ୍ଡିମି ପିଟୁଛନ୍ତି । ରାସ୍ତା ଘାଟ ନାଁରେ ପାଣି ଭଳି ପଇସା ବୋହିଯାଉଛି । ହେଲେ ବାସ୍ତବ ଚିତ୍ର କିଛି ଏମିତି । କୋଟଗଡ଼ ସଦର ମହକୁମା ଠାରୁ ୩-୪ କିଲୋମିଟର ଦୂର ଗାଁକୁ ରାସ୍ତା ନଥିବା ସୂଚାଉଛି, ଆଣ ପ୍ରଶାସନ କେତେ ପାରିବାର ।ଦେଖାଯାଉ ଏମିତି ଚିତ୍ର ଦେଖିବା ପରେ ପ୍ରଶାସନର ନିଦ ଭାଙ୍ଗୁଛି ନା ନାହିଁ ।

   Related Posts