Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ରାଜ୍ୟରେ ୧୫ ପରେ ଗର୍ଭବତୀଙ୍କ ଟିକାକରଣ, ଆଜି ଜାରି ହେବ ଗାଇଡ୍‌ଲାଇନ୍

9/07/2021 at 11:31 AM

ଭୁବନେଶ୍ବର ୯।୭: ରାଜ୍ୟରେ ୧୫ତାରିଖ ପରେ ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ ହେବ । ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଦିଆଯିବ ବୋଲି ପରିବାରକଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଶୁକ୍ରବାର ଏ ନେଇ ଗାଇଡ୍ ଲାଇନ୍ ଜାରି କରାଯିବ । ୧୫ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡି ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଶୁକ୍ରବାର ସକାଳେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଟିକା ଅଭାବରୁ ୫ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ଅଛି ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ନିର୍ଦ୍ଦେଶାବଳୀରେ ଗର୍ଭବତୀ ମହିଳାଙ୍କ ଟିକା ନେବା ନେଇ ଚିନ୍ତା ଦୂର କରାଯାଇଥିଲା । ଏଥିରେ ସ୍ପଷ୍ଟ କରାଯାଇଥିଲା ଯେ, ଗର୍ଭବତୀ ମହିଳାଙ୍କ ପାଇଁ କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ । ଏହି ଟିକା ଅନ୍ୟ ଲୋକଙ୍କ ପରି ଗର୍ଭବତୀ ମହିଳାମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଯୋଗାଇଥାଏ ବୋଲି ଏଥିରେ କୁହାଯାଇଥିଲା ।

ମହିଳାମାନଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶାବଳୀ ଦିଆଯାଇଥିଲା । ନିର୍ଦ୍ଦେଶାବଳୀରେ ଦର୍ଶାଯାଇଥିଲା ଯେ, ଅଧିକାଂଶ ଗର୍ଭବତୀ ମହିଳାଙ୍କର ସଂକ୍ରମଣର ସାମାନ୍ୟ ଲକ୍ଷଣ ଦେଖାଦିଏ, କିନ୍ତୁ ତାପରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଗର୍ଭସ୍ଥ ଶିଶୁଙ୍କୁ ମଧ୍ୟ ପ୍ରଭାବିତ କରିପାରେ । ତେବେ କୋଭିଡ୍-୧୯ରୁ ନିଜକୁ ରକ୍ଷା କରିବା ପାଇଁ ସେମାନେ ସମସ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ତେଣୁ ଗର୍ଭବତୀ ମହିଳାମାନେ କରୋନା ଟିକା ପାଇବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଥିଲା ।

   Related Posts