Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପୁଣି ଜନନୀ ଯନ୍ତ୍ରଣା : ରାସ୍ତା ନଥିବାରୁ ଆସିଲାନି ଆମ୍ବୁଲାନ୍ସ, ଗର୍ଭ ଯନ୍ତ୍ରଣାରେ ଛଟପଟ ପ୍ରସୂତୀ ଚାଲି ଚାଲି ଗଲେ ୨ କି.ମି.

10/10/2020 at 10:24 AM

ମାଲକାନଗିରି ୧୦।୧୦: ମାଲକାନଗିରି ଜିଲ୍ଲାରେ ଥମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା । ପୁଣି ପାହାଡିଆ ଘାଟି ରାସ୍ତାରେ ୨ କିଲୋମିଟର ଚାଲିଲେ ଜଣେ ପ୍ରସୂତୀ ମହିଳା । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତର ତେନ୍ତୁଳିପଦର ଗାଁରେ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ତେନ୍ତୁଳିପଦର ଗାଁର ଦନାଇ ଖରା ନାମକ ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟ ପଟ ହେଉଥିବା ବେଳେ ଗାଁର ଆଶା ଦିଦି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ତେନ୍ତୁଳିପଦର ଗାଁକୁ ଯିବା ଲାଗି କୌଣସି ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଡ୍ରାଇଭର ଭୋର ସମୟରୁ ଗାଡି ନେଇ ପାହାଡ ତଳେ ଜଗି ରହିଥିଲେ । ପରେ ପ୍ରସୂତୀଙ୍କ ସ୍ବାମୀ ବୁଦୁରାମ ଖରା ଓ କିଛି ସଂପର୍କୀୟ ଲୋକେ ଦୀର୍ଘ ୨ କିଲୋମିଟର ପାହାଡିଆ ରାସ୍ତାରେ ଚଲେଇ ଚଲେଇ ତଳକୁ ଆଣିଥିଲେ ।

ପରେ ସେଠାରେ ଅପେକ୍ଷା କରିଥିବା ମହିଳା ସ୍ବାସ୍ଥ୍ୟକର୍ମୀ ଓ ଆଶା ଦିଦି ୧୦୮ ଆମ୍ବୁଲାନ୍ସ ଜରିଆରେ ପ୍ରସୂତୀ ମହିଳାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ଉଭୟ ମା’ ଓ ପୁଅ ସୁସ୍ଥ ରହିଥିବା ଜଣାପଡିଛି । ତେବେ ମାଲକାନଗିରି ଜିଲ୍ଲାରୁ ବାରମ୍ବାର ଏଭଳି ଦୃଶ୍ୟ ସାମ୍ନାକୁ ଆସୁଥିବା ବେଳେ ଚିତ୍ର କିନ୍ତୁ ବଦଳୁନାହିଁ ।

   Related Posts