ପୁଣି ଜନନୀ ଯନ୍ତ୍ରଣା, ଦେଢ କି.ମି. ରାସ୍ତା ଚାଲି ଚାଲି ଗଲେ ଗର୍ଭବତୀ ମହିଳା

Published By : Prameya-News7 Bureau | October 17, 2020 IST

ସୁବର୍ଣ୍ଣପୁର ୧୭।୧୦: ପୁଣି ଜନନୀ ଯନ୍ତ୍ରଣାରେ ଦୁଃଖ । ଗାଁର ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଦେଢ କିଲୋମିଟର ଚାଲି ଚାଲି ଗଲେ ଗର୍ଭବତୀ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଘିଆ ପଞ୍ଚାୟତର ବଡମାଲ ଗାଁରେ  ।

{"id":345911,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗାଁର ବାସନ୍ତୀ କୁମ୍ଭାର ପ୍ରସବ ବେଦନା ହେବାରୁ ତରଭା ୧୦୮ ଆମ୍ବୁଲାନ୍ସକୁ ପରିବାର ଲୋକେ ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିଥିଲା ହେଲେ ବଡମାଳ ଛକରୁ ନନ୍ଦପାଲି ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଅଧାବାଟରେ ରହିଗଲା ଆମ୍ବୁଲାନ୍ସ । ଗାଁ ଲୋକଙ୍କ ସହାୟତାରେ ଚଲେଇ ଚଲେଇ ମହିଳାଙ୍କୁ ଆମ୍ବୁଲାନ୍ସ ପାଖକୁ ଆଣାଯାଇଥିଲା । ପରେ ତରଭା ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଇଛି । ଗାଁ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଏହି ରାସ୍ତା ମରାମତି କାରିବାକୁ ଦାବି କରିଥିଲେ ବି କେହି ଶୁଣୁନଥିବାରୁ ଏହିପରି ଘଟଣା ଘଟୁଛି ବୋଲି ଗାଁ ଲୋକେ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.