Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଡାକ୍ତରଖାନା ପରିସରରେ ସନ୍ତାନ ପ୍ରସବ କଲେ ମହିଳା : ଛୁଇଁଲେନି ଡାକ୍ତର-ନର୍ସ, ଶିଶୁର ନାଭି କାଟିଲେ ସୁଇପର !

19/12/2020 at 3:05 PM

ସୋର ୧୯।୧୨: ଆମ୍ବୁଲାନ୍ସରୁ ଓହ୍ଲାଇ ଡାକ୍ତରଖାନାକୁ ନେବା ବେଳେ ଶିଶୁ କନ୍ୟାକୁ ଜନ୍ମଦେଲେ ଗର୍ଭବତୀ । ଛୁଇଁଲେନି ଡାକ୍ତର କି ନର୍ସ । ନାଡି କାଟିଲେ ସୁଇପର । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନରେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସିମୁଳିଆ ବାଟି ଅଞ୍ଚଳର ଭଗବାନ ଦଳେଇଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ବାପ ଘର ଔପଦାରେ ରହୁଥିଲେ । ସେଠାରେ ତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିଲେ । ଆମ୍ବୁଲାନ୍ସରୁ ଓହ୍ଲାଇ ଡାକ୍ତରଖାନା ଭିତରକୁ ନେବା ବାଟରେ ଶୁଭଲକ୍ଷ୍ମୀ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ମାତ୍ର ବିଡମ୍ବନାର ବିଷୟ ଡାକ୍ତରଖାନାରେ କାର୍ଯ୍ୟରତ  ଡାକ୍ତର କି କୌଣସି ନର୍ସ କେହି ଶୁଭଲକ୍ଷ୍ମୀ କି ନବଜାତ ଶିଶୁ କନ୍ୟାକୁ ଛୁଇଁନଥିଲେ । ତଳେ ପଡି କିଛି ସମୟ ଯନ୍ତ୍ରଣାରେ ଛଟପଟ ହେବା ପରେ ଜଣେ ସଫେଇ କର୍ମଚାରୀ ଶିଶୁକନ୍ୟାର ନାଭି କାଟିଥିଲେ । ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କର ଏଭଳି ଆଚରଣକୁ ନେଇ ସାଧାରଣରେ ଆସନ୍ତୋଷ ପ୍ରକାଶ ପାଇଛି । ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସତ୍ୟ ନାରାୟଣ ନାୟକ ଘଟଣାର ତଦନ୍ତ କରୁଥିବା କହିଛନ୍ତି। ପ୍ରସୂତୀଙ୍କୁ ଷ୍ଟ୍ରେଚରରେ ନନେଇ ଯେପରି ବାହାରେ ଶିଶୁକନ୍ୟାର ପଡି ରହିବାକୁ ଖଣ୍ଡନ କରିଛନ୍ତି।

   Related Posts