Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

୮ ମାସର ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର, ବର୍ଷେ ହେଲା କରିଥିଲେ ପ୍ରେମବିବାହ : ସ୍ବାମୀ ହତ୍ୟା କରିଥିବା ଅଭିଯୋଗ

6/08/2020 at 4:40 PM

ନବରଙ୍ଗପୁର ୬।୮: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସହର ଭୀମାସାହିରେ ଜଣେ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।  ମୃତ ମହିଳା ତନୁଶ୍ରୀ ନାୟକ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପାପଡାହାଣ୍ଡି ବ୍ଲକ୍ ଘୁଷୁରାବେଢା ଗ୍ରାମର ତନୁଶ୍ରୀ ନାୟକ ଖୋଲିଗୁଡା ଗ୍ରାମର ଅଲର୍ବଟ ସେକ୍ସପିୟର ବେନିଆଙ୍କୁ ଗତ ଏକ ବର୍ଷ ହେଲା ପ୍ରେମବିବାହ କରିଥିଲେ ।  ବିବାହ ପରେ ନିଜ ବୃତ୍ତି ଆଗେଇ ନେବା ପାଇଁ ଅଲବର୍ଟ ଖଲିଗୁଡା ସ୍ଥିତ ନିଜ ପୈତୃକ ବାସଭବନ ଛାଡି ପାପଡାହାଣ୍ଡି ସହର ଭୀମାସାହିରେ ଏକ ଭଡାଘରେ ରହୁଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ତନୁଶ୍ରୀ ଆତ୍ମହତ୍ୟା କରିଥିବା ନେଇ ଅଲବର୍ଟ ତନୁଶ୍ରୀଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ତାଙ୍କ ଝିଅ ତନୁଶ୍ରୀଙ୍କୁ ଜ୍ବାଇଁ ଅଲବର୍ଟ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ।

ପରିବାର ଲୋକଙ୍କ କହିବା ଅନୁସାରେ ଗତ ଏକ ବର୍ଷ ପୂର୍ବେ ଅଲବର୍ଟ ତନୁଶ୍ରୀଙ୍କୁ ପ୍ରେମ ବିବାହ କରିଥିଲେ । ରୀତିମତ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ସହ ଝଗଡା ଲାଗୁଥିଲା । ଝିଅ ତନୁଶ୍ରୀ ପ୍ରାୟ ୮ ମାସର ଗର୍ଭବତୀ ଥିଲେ । ତେବେ ଗତ କିଛି ଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ଓ ତନୁଶ୍ରୀଙ୍କ ମା’ ଉଭୟଙ୍କ ମଧ୍ୟରେ ବୁଝାସୁଝା କରିଥିଲେ ଏବଂ  ଝିଅ ଗର୍ଭବତୀ ଥିବାରୁ ସାଙ୍ଗରେ ନିଜ ଘରକୁ ନେବାକୁ କହିଥିଲେ କିନ୍ତୁ ଝିଅ ଯିବାକୁ ବାରଣ କରିଥିଲେ । ଛୁଆ ଜନ୍ମ ହେବାପରେ ଯିବା ପାଇଁ କହିଥିଲେ ।

ତେବେ ବୁଧବାର ସନ୍ଧ୍ୟାରେ ଉଭୟ  ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିବା ନେଇ ଅଲବର୍ଟ ଝିଅର ପରିବାରଲୋକଙ୍କୁ ଜଣାଇଥିଲେ ପରେ ବିଳମ୍ବିତ ରାତିରେ ତାଙ୍କ ଅନୁପସ୍ଥିତିରେ ତନୁଶ୍ରୀ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକ ତାଙ୍କ ଝିଅ ଆତ୍ମହତ୍ୟା କରିନଥିବା ଏବଂ ଜ୍ବାଇଁ ଅଲବର୍ଟ ତନୁଶ୍ରୀଙ୍କୁ ହତ୍ୟା କରିଥିବା ନେଇ ପାପଡାହାଣ୍ଡି ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପାଇ ପାପଡାହାଣ୍ଡି ପୋଲିସ ଓ ପାପଡାହାଣ୍ଡି ତହସିଲଦାରଙ୍କ ଉପସ୍ଥିତିରେ ଶବକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସ୍ବାମୀ ଅଲବର୍ଟ ଫେରାର ରହିଛି ।

   Related Posts