Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଚାଲି ଚାଲି ଘରକୁ ଯିବା ରାସ୍ତାରେ ପ୍ରସବ କଲେ ମହିଳା ଶ୍ରମିକ, ୧୭୦ କି.ମି. ଚାଲିବା ପରେ ମିଳିଲା ସାହାଯ୍ୟ

13/05/2020 at 11:53 AM

ସତନା ୧୩।୫: କରୋନା ଭାଇରସ୍ ଏବଂ ଲକ୍ ଡାଉନ୍ ଭୟ ମଧ୍ୟରେ ଦେଶରୁ ପ୍ରବାସୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଜାରି ରହିଛି । ଏହି ଶ୍ରମିକମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଖାଦ୍ୟପେୟ ବିନା ପାଦରେ ଚାଲି ଚାଲି ଯାଉଛନ୍ତି । ଏହି ସମୟରେ ସେମାନେ ରାସ୍ତାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ସତନା ଜିଲ୍ଲାର ଉଚେରାର ଜଣେ ଗର୍ଭବତୀ ମହିଳାଙ୍କ ସହ । ଯିଏ ରାସ୍ତାରେ ବହୁତ କଷ୍ଟଦାୟକ ଅବସ୍ଥାରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି ।

ମହାରାଷ୍ଟ୍ରର ନାସିକରୁ ଜଣେ ଗର୍ଭବତୀ ମହିଳା ଶ୍ରମିକ ନିଜ ପରିବାର ସହିତ ତାଙ୍କ ଗାଁ ଉଚେରା ଅଭିମୁଖେ ଯାତ୍ରା କରୁଥିଲେ । କିନ୍ତୁ ନାସିକରୁ କିଛି ବାଟ ଦୂରରେ ପିପରଗାଓଁରେ ମହିଳାଙ୍କ ପ୍ରସବ ହୋଇଥିଲା । କିନ୍ତୁ ବାଟରେ ମହିଳା ଏବଂ ତାଙ୍କ ପରିବାର କୌଣସି ସାହାଯ୍ୟ ପାଇପାରିନଥିଲେ। ଗାଁର କିଛି ମହିଳା ସଂପୃକ୍ତ ମହିଳାଙ୍କୁ ରାସ୍ତାରେ ସାହାସ ଦେଇଥିଲେ । ପ୍ରସବ ପରେ ମହିଳା ଜଣଙ୍କ ପୁଣି ଥରେ ଚାଲିବାକୁ ଲାଗିଥିଲେ ।

ନିଜ ନବଜାତ ଶିଶୁକୁ ନିଜ କୋଳରେ ଧରି ୧୭୦ କିଲୋମିଟର ଚାଲିବା ପରେ ମଧ୍ୟପ୍ରଦେଶର ବିଜାସନ ସୀମାରେ ପହଞ୍ଚିବା ପରେ ତାଙ୍କୁ ସାହାଯ୍ୟ ମିଳିଥିଲା । ଯେତେବେଳେ ଉଚେରା ନିକଟରେ ପହଞ୍ଚିଥିଲେ, ପ୍ରଶାସନ ତାଙ୍କୁ ଜନନୀ ଏକ୍ସପ୍ରେସ ଯୋଗାଇ ଦେଇଥିଲା । ବର୍ତ୍ତମାନ ମା-ଶିଶୁଙ୍କୁ ଉଚେରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି ।

ମହିଳା ଶ୍ରମିକ ସକୁନ୍ତଳାଙ୍କ ସ୍ବାମୀ ରାକେଶ କୋଲ୍ କହିଛନ୍ତି ଯେ, ସେମାନେ ନାସିକରୁ ଚାଲିବା ଆରମ୍ଭ କରିଥିଲେ । ପିପରଗାଓଁରେ ମୋ ପତ୍ନୀଙ୍କ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ରାସ୍ତାରେ ମହିଳା ଶ୍ରମିକଙ୍କ ପ୍ରସବ ହୋଇଥିଲା । ଗାଁର ୪-୫ ଜଣ ମହିଳା ଥିଲେ ଏବଂ ସେମାନେ ଶାଢୀ ଆଢୁଆଳରେ ପ୍ରସବ କରାଇଥିଲେ । ତା’ପରେ ଆମେ ଦୁଇ ଘଣ୍ଟା ବିଶ୍ରାମ କରି ଆଗକୁ ଚାଲିଲୁ । ୧୦୦-୧୫୦ କିଲୋମିଟର ଚାଲିବାବେଳେ ଏକ ଟ୍ରକ୍ ମିଳିଲା । ଯେଉଁଥିରେ ଆମେ ୧୦ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲୁ । ଜିଲ୍ଲା କଲେକ୍ଟର ଅଜୟ କାଟସେରିଆଙ୍କ ନିର୍ଦ୍ଦେଶରେ ରେଡକ୍ରସ ସୋସାଇଟି ଗର୍ଭବତୀ ମହିଳା ଶକୁନ୍ତଳାଙ୍କୁ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲା । ମହିଳା ଶିଶୁ ବିକାଶ ବିଭାଗ ଦୁଇ କିଲୋ ଲଡୁ ଏବଂ ରାସନ ସାମଗ୍ରୀ ଦେଇଥିଲେ । ପ୍ରଶାସନ ମହିଳା ଓ ତାଙ୍କ ଶିଶୁର ଯତ୍ନ ନେଉଛନ୍ତି ।

   Related Posts