Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଭୀମସାରରେ ଗର୍ଭବତୀ ମହିଳା କରୋନା ପଜିଟିଭ୍, କ୍ୱାରେଣ୍ଟାଇନରେ ରହିବେ ଡାକ୍ତର ଓ ନର୍ସ

25/07/2020 at 7:11 PM

ବୁର୍ଲା, ୨୫।୦୭:  ଭୀମସାର ବୁର୍ଲାରେ ଜଣେ ଗର୍ଭବତୀ ମହିଳା କରୋନା ପୋଜେଟିଭ ଚିହ୍ନଟ ହୋଇଛନ୍ତି । ଲେବର ରୁମରେ ସେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କୁ ପୁଣି କୋଭିଡ୍ ହସ୍ପିଟାଲ ପଠାଇବାପାଇଁ ଯୋଜନା ଚାଲିଛି ।

 ରିପୋର୍ଟ ପଜିଟିଭ୍ ଆସିବା ପରେ ମହିଳାଙ୍କ  କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ତଥା କର୍ମଚାରୀଙ୍କୁ କ୍ବାରେଣ୍ଟାଇନକୁ ପଠାଯିବ । ଏନେଇ ସୂଚନା ଦେଇଛନ୍ତି ଭୀମସାର ଅଧିକ୍ଷକ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭୀମସାର ଆଇସିୟୁ, କ୍ୟାନସର୍ ଓ୍ବାର୍ଡରେ କରୋନା ରୋଗୀ ଚିହ୍ନଟ ପରେ ଶତାଧିତ ଡାକ୍ତର ତଥା ନର୍ସ କ୍ବାରେଣ୍ଟାଇନରେ ଅଛନ୍ତି । ଏହା ସହ ଆସନ୍ତା ୨୬ ତାରିଖ ଯାଏଁ ଓପିଡି ତଥା ଅସ୍ତ୍ରୋପଚାର ବନ୍ଦ ଅଛି ।

ତେବେ ସ୍ଥିତି ସୁଧୁରୁଥିବାବେଳେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତା ବଢାଇଛି ।

   Related Posts