ଦଉଡି ଦେଇ ଆତ୍ମହତ୍ୟା କଲେ ମହିଳା, ଜନ୍ମ ହେଲା ଶିଶୁ ; ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | December 22, 2018 IST

ଜବଲପୁର ୨୨|୧୨: ମଧ୍ୟପ୍ରଦେଶ କଟନୀରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ଫଳରେ ମହିଳାଙ୍କ ଜୀବନ ତ ଚାଲିଯାଇଥିଲା ମାତ୍ର ଦଉଡିରେ ଝୁଲିଥିବା ସମୟରେ ହିଁ ସେ ତାଙ୍କ ଶିଶୁକୁ ଜନ୍ମ ଦେଇଥିଲେ । ଶିଶୁଟି ଗର୍ଭନାଡରେ ଝୁଲି ରହିଥିଲା । ପୋଲିସ ପହଞ୍ଚି ଗର୍ଭନାଡ କାଟାଯାଇ ଶିଶୁଟିକୁ ହସ୍ପିଟାଲକୁ ପଠାଯାଇଥିଲା ।

ସୂଚନା ଅନୁସାରେ ୩୬ବର୍ଷୀୟ ଲକ୍ଷ୍ମୀ ୯ମାସ ଗର୍ଭବତୀ ଥିଲେ । ଲକ୍ଷ୍ମୀଙ୍କ ସ୍ବାମୀ ସନ୍ତୋଷ ଗୁରୁବାର ସକାଳୁ ଉଠି ଲକ୍ଷ୍ମୀଙ୍କୁ ଘରେ କେଉଁଠାରେ ପାଇନଥିଲେ ।  ସକାଳ ୬ଟାରେ ତାଙ୍କ ସ୍ବାମୀ ତାଙ୍କୁ ଫ୍ୟାନ୍ ରେ ଝୁଲିଥିବାର ଦେଖିଥିଲେ । ତାଙ୍କ ଗର୍ଭରେ ଥିବା ଶିଶୁଟି ଜନ୍ମ ହୋଇ ମାର ଗର୍ଭନାଡା ସହ ଝୁଲିଥିବାର ଦେଖିଥିଲେ । ଏହାପରେ ସନ୍ତୋଷ ପୋଲିସକୁ ଖବର ଦେଇଥିଲେ । ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ସେତେବେଳେ ମହିଳାଙ୍କ ସହ ଶିଶୁଟି ଗର୍ଭନାଡା ସହ ଝୁଲିଥିବାର ଦେଖିବାକୁ ପାଇଥିଲେ । ପୋଲିସ ଘଟଣାସ୍ଥଳକୁ ଡାକ୍ତରଙ୍କୁ ଡାକିଥିଲେ । ଡାକ୍ତର ପହଞ୍ଚି ଶିଶୁଟିକୁ ଗର୍ଭନାଡା କାଟି ଅଲଗା କରିଥିଲେ । ତୁରନ୍ତ ଶିଶୁଟିକୁ ହସ୍ପିଟାଲ ନିଆଯାଇଥିଲା । ସୂଚନା ଅନୁସାରେ ଶିଶୁଟିର ଅବସ୍ଥା ଏବେ ଭଲ ଅଛି । ସନ୍ତୋଷ ଝରକା ବାଟେ ଏଭଳି ସ୍ଥିତି ଦେଖିଥିଲେ । ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଶିଶୁଟିର ଅବସ୍ଥା ଭଲ ଥିବା କୁହାଯାଉଛି । ତେବେ ଲକ୍ଷ୍ମୀ କଣ ପାଇଁ ଆତ୍ମହତ୍ୟା କଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ତେବେ ପୋଲିସ ମାମଲା ଦାୟର କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.