Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ହଜିଯାଇଛି ମାନବିକତା ! ହସ୍ପିଟାଲରେ ବେଡ୍ ନ ପାଇ ଆଖି ବୁଜିଲେ ଗର୍ଭବତୀ : ହସ୍ପିଟାଲ ବିଲ୍ ପାଇଁ ବୃଦ୍ଧଙ୍କୁ ବେଡରେ ବାନ୍ଧିଲେ

7/06/2020 at 6:17 PM

ନୂଆଦିଲ୍ଲୀ ୦୭/୦୬ :  ଭାରତରେ କରୋନା ସ୍ଥିତି ଆହୁରି ସାଂଘାତିକ ହେବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବିଶେଷଜ୍ଞ ଚେତାବନୀ ଦେଉଛନ୍ତି। ଏତିକିବେଳେ ଆସନ୍ତାକାଲିଠାରୁ ଦିଲ୍ଲୀ ସମେତ ବିଭିନ୍ନ ସହର ଖୋଲିବା ପାଇଁ ପ୍ରସ୍ତୁତ ହେଉଛି। ତେବେ ଏହା ଭିତରେ ଦୁଇଟି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଗର୍ଭବତୀ ମହିଳା ହସ୍ପିଟାଲରେ ବେଡ ପାଇଲେ ନାହିଁ ତେଣୁ ପ୍ରାଣ ହରାଇଲେ। ଏତିକିବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛ୍ତି ଯେ ଦିଲ୍ଲୀରେ ବାହାର ରାଜ୍ୟର ରୋଗୀଙ୍କ ପାଇଁ ବେଡ୍‌ ଉପଲବ୍ଧ ହେବ ନାହିଁ। …….

ଜୀବନ ସିନା ଚାଲିଗଲା କିନ୍ତୁ ନା ହସ୍ପିଟାଲରେ ବେଡ୍‌ ମିଳିଲା ନା ଗର୍ଭସ୍ଥ ଶିଶୁ ଦୁନିଆ ଦେଖିଲା। ୮ ମାସର ଗର୍ଭବତୀ  ନୋଏଡାର ନିଲମ କୁମାରଙ୍କୁ ଧରି ପରିବାର ଲୋକେ ୮ଟି ହସ୍ପିଟାଲ ବୁଲିଲେ। ସବୁଠାରୁ ମିଳିଥିଲା ଏଠି ହେଇପାରିବନି, ଏଠି ବେଡ୍‌ ନାହିଁ, କିମ୍ବା ତୁମର କୋଭିଡ୍‌ ସିମ୍‌ଟମ୍‌ ଅଛି କିମ୍ବା ପେସେଣ୍ଟ ସିରିୟସ ଅଛି ବଡ଼ ହସ୍ପିଟାଲକୁ ନେଇଯାଅ। ଏମିତି ୮ଟି ହସ୍ପିଟାଲ ବୁଲିଲେ ପରିବାର ଲୋକେ। କେତେବେଳେ ଅଟୋରେ ତ କେବେଳେ ଘରୋଇ ଆମ୍ବୁଲାନ୍‌ସରେ ।ସକାଳ ୬ରୁ ସଂଧ୍ୟା ୭। ଏହା ଭିତରେ ନିଲମଙ୍କ ଅବସ୍ଥା ସିରିୟସ ହୋଇଥିଲା। ତଥାପି ନୋଏଡାର ବଡ଼ ବଡ଼ ହସ୍ପିଟାଲ ନିର୍ଦୟ ହୋଇଯାଇଥିଲେ। ଶେଷରେ ନିଲମଙ୍କ ମୃତ୍ୟୁ ହୋଇଥିଲା। ଏବେ ତାଙ୍କ ସ୍ବାମି ମୁଣ୍ଡରେ ହାତ ଦେଇଛନ୍ତି। କହୁଛନ୍ତି ଏମିତି ଘଟଣା ଆଉ କାହାକୁ ନ ଘଟୁ।

ସମାନ ଧରଣର ଆଉ ଏକ ଘଟଣା ୧ ତାରିଖରେ ମୁମ୍ବାଇରେ ଘଟିଥିଲା। ଜଣେ ଗର୍ଭବତୀ ମହିଳା ହସ୍ପିଟାଲରେ ଜାଗା ପାଇଲେନି ଏବଂ ପ୍ରାଣ ହରାଇଥିଲେ। ନୋଏଡା ଘଟଣାକୁ ନେଇ ଆରମ୍ଭ ହୋଇଛି ତନାଘନା। ତଦନ୍ତ ଆରମ୍ଭ ହୋଇଛି। ଗୋଟିଏ ପଟେ ହସ୍ପିଟାଲରେ ବେଡ୍‌ ନାହିଁ। ବଢ଼ି ବଢ଼ି ଚାଲିଛନ୍ତି କୋଭିଡ ରୋଗୀଙ୍କ ସଂଖ୍ୟା।  ସ୍ଥିତିଯେ ଆଗକୁ ଆହୁରି ଜଟିଳ ହେବାକୁ ଯାଉଛି ବିଶେଷଜ୍ଞମାନେ କହୁଛନ୍ତି। ଆଉ ଏତିକିବେଳେ ଆରମ୍ଭ ହୋଇଛି ଅନଲକ୍‌। କାଲିଠାରୁ ଦିଲ୍ଲୀ  ସମେତ ଦେଶର ବିଭିନ୍ନ ସହରର ମଲ୍‌ ମନ୍ଦିର ଖୋଲିବାକୁ ଯାଉଛି। ଏଥିପାଇଁ ଆଗୁଆ ସାନିଟାଇଜ କରାଯାଉଛି। ସେପଟେ କିନ୍ତୁ ହସ୍ପିଟାଲଗୁଡ଼ିକ ଉପରେ ଚାପ ବଢ଼ିବାରେ ଲାଗିଲାଣି। ଦିଲ୍ଲୀ ସରକାର କହିଲେଣି ଲକଡାଉନରେ ସବୁ ଖୋଲିବ କିନ୍ତୁ ଦିଲ୍ଲୀ ବାହାର ରୋଗୀକୁ ହସ୍ପିଟାଲରେ ବେଡ୍‌ ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଙ୍କ ଏହି ଘୋଷଣାକୁ ନେଇ ସୃଷ୍ଟି ହୋଇଛି ବିବାଦ।

କୋଭିଡର କହର ଯେତିକି ଯେତିକି ସଙ୍କଟ ଜନକ ହେବାରେ ଲାଗିଛି ଲୋକଙ୍କ ମନରେ ଭୟ ବଢୁଛି। କିନ୍ତୁ ଏସବୁ ଭିତରେ କିଛି ଏମିତି ଚିତ୍ର ଦେଖିବାକୁ ମିଳୁଛି ଯେଉଁଠି ମଣିଷ ତାର ମଣିଷ ପଣିଆ ହଜାଇ ଦେଉଥିବାର ଦେଖିବାକୁ ମିଳୁଛି। ନୋଏଡା ଘଟଣା ଏହାହିଁ ସୂଚନା ଦେଉଛି। ତେବେ ଏ ଭିଜୁଆଲ ବି ଟିକେ ଦେଖିନିଅନ୍ତୁ। ମଧ୍ୟ ପ୍ରଦେଶର ସାଜାପୁର ହସ୍ପିଟାଲରେ ପରିବାର ଲୋକେ ହସ୍ପିଟାଲ ବିଲ୍‌ ଦେବାରେ ବିଲମ୍ଭ କରିବାକୁ ଜଣେ ୮୦ ବର୍ଷର ବୃଦ୍ଧଙ୍କୁ ବେଡ୍‌ରେ ବାନ୍ଧି ଦିଆଯାଇଥିବା ଭିଜୁଆଲ ଭାଇରାଲ ହୋଇଛି। ଘଟଣା ପ୍ରଘଟ ହେବା ପରେ ରାଜ୍ୟ ସରକାର  ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ଚେତାବନୀ ଦର୍ଶାଇ କହିଛନ୍ତି ଯେ, କରୋନା ଭାଇରସ ଲଢେଇରେ ଅନ୍ୟ ରୋଗୀଙ୍କୁ କିଭଳି ଚିକିତ୍ସା କରାଯିବ ତା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ | ଚିକିତ୍ସା ଅଭାବରେ ଯେପରି କାହାର ମୃତ୍ୟୁ ନ ହୁଏ ସେପ୍ରତି ସରକାର ଧ୍ୟାନ ଦିଅନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି |

   Related Posts