ଆମ୍ବୁଲାନ୍ସ ନଆସିବାରୁ ଅଟୋ ଭିତରେ ପ୍ରସବ କଲେ ମହିଳା

Published By : Prameya-News7 Bureau | May 12, 2019 IST

ମାଲକାନଗିରି ୧୨|୫: ମାଲକାନଗିରି ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୦୮ ଆମ୍ବୁଲାନସ୍ ନଆସିବାରୁ ଅଧା ରାସ୍ତାରେ ଏକ ଅଟୋ ଭିତରେ ପ୍ରବସ କରିଛନ୍ତି ଜଣେ ଆଦିବାସୀ ମହିଳା । ଜିଲ୍ଲା ସଦର ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ସିନ୍ଦ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ଦୋରାଗୁଡା ଗ୍ରାମର ଚନ୍ଦ୍ରମା ମାଢି ନାମକ ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟ ପଟ ହେଉଥିଲେ । ଫଳରେ ଆଶା ଦିଦି ୧୦୮ ଆମ୍ବୁଲାନସକୁ ଫୋନ୍ କରିଥିଲେ ।

ହେଲେ ସେହି ସମୟରେ ନିକଟରେ କୌଣସି ଆମ୍ବୁଲାନସ ନଥିବା କହିବା ପରେ ପରିବାର ଲୋକେ ଏକ ଅଟୋ ଭଡା କରି ପ୍ରସୂତି ମହିଳାଙ୍କୁ ଡାକ୍ତରଖାନା ନେଉଥିଲେ ହେଲେ ଅଧା ରାସ୍ତାରେ ହି ମହିଳା ଜଣକ ଅଟୋ ଭିତରେ ପ୍ରସବ କରିଛନ୍ତି । ପରେ ଆଶା ଦିଦି ମାଆ ଓ ନବଜାତକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି । ହେଲେ ମାଲକାନଗିରି ଜିଲ୍ଲାରେ ବାରମ୍ବାର ଏପରି ଘଟଣା ସାମନାକୁ ଆସିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ସଜାଗ ହେଉନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.