ଆସିପାରିଲାନି ଆମ୍ବୁଲାନ୍ସ, ଚାଲି ଚାଲି ନଦୀ ପାର ହେବା ପରେ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା

Published By : Prameya-News7 Bureau | November 05, 2020 IST

ଜୟପୁର ୫।୧୧: କୋରାପୁଟ ଜିଲ୍ଲାରେ ଥମିବାର ନାଁ ନେଉନି ଜନନୀ ଯନ୍ତ୍ରଣା । ନଦୀପାର ହୋଇ ଆସି ପାରିଲାନି ଆମ୍ବୁଲାନ୍ସ । ଆଉ ଶେଷରେ ଦୁଇ କିଲୋମିଟର ଚାଲିବା ପରେ ନଦୀ ପାର ହୋଇ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା । ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକରେ ।

{"id":356328,"sizeSlug":"large"}

ଏହି ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତର ଭାଲିଆଗୁଡା ଗାଁର କମଳ ଲୋଚନ ପାଙ୍ଗୀଙ୍କ ପତ୍ନୀ ପଦ୍ମିନୀ ଗୌଡଙ୍କ ପ୍ରସବ ବେଦନା ହୋଇଥିଲା । ତେଣୁ ସେମାନେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସିଥିଲେ ବି ଗାଁ ବାଟରେ ପଡୁଥିବା ଜାମଯୋଡି ନଦୀପାର ହୋଇ ପାରିନଥିଲା । ଫଳରେ ପ୍ରସୂତୀ ବାଧ୍ୟ ହୋଇ ପାଦରେ ଚାଲିବା ପରେ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।

{"id":356329,"sizeSlug":"large"}

ଏହି ନଦୀ ଉପରେ ୨ ବର୍ଷ ତଳୁ ପୋଲ ନିର୍ମାଣ କାମ ଚାଲିଥିଲେ ବି ଆଜି ପର୍ଯ୍ୟନ୍ତ ଏହାର ନିର୍ମାଣ କାମ ସରିଲାନି । ଫଳରେ ଏହି ଅଞ୍ଚଳରେ ଅନେକ ଲୋକ ଜରୁରୀ ପରିସ୍ଥିତିରେ ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.