Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଅସହ୍ୟ ଯନ୍ତ୍ରଣା ଭିତରେ ଡାକ୍ତର କହିଲେ କୋଭିଡ ଟେଷ୍ଟିଂ କର, ହେଲେ ସେଣ୍ଟର ପରିସରରେ ପ୍ରସବ କଲେ ଗର୍ଭବତୀ ମହିଳା

18/05/2021 at 10:55 PM

ନବରଙ୍ଗପୁର, ୧୮/୦୫: ସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ Covid testing Center ପରିସର ମଧ୍ୟରେ ଜଣେ ଗର୍ଭବତୀ ମହିଳା ପ୍ରସବ କରିଛନ୍ତି l ଏହି ପ୍ରକାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ।

ସୂଚନା ମୁତାବକ, ରାଇଘର ବ୍ଳକର ପାରୁଆ ଗ୍ରାମର ଭକ୍ତ ମାଳୀଙ୍କ ସ୍ତ୍ରୀ ଉର୍ମିଳା ମାଳୀ (୨୫) ପ୍ରସବ ଯନ୍ତ୍ରଣା ହେବା ପରେ ୧୦୨ ଯୋଗେ ଉମରକୋଟ ଚିକିତ୍ସାଳୟରେ ପହଞ୍ଚିଥିଲେ l ଚିକିତ୍ସାଳୟକୁ ପହଞ୍ଚିବା ପରେ ସ୍ତ୍ରୀ ବିଶେଷଜ୍ଞ ଡାକ୍ତର କୋଭିଡ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ l ହେଲେ କୋଭିଡ ଟେଷ୍ଟିଙ୍କ ନିକଟରେ ବିଳମ୍ବ ହେବା ଯୋଗୁଁ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ l ପାଖରେ କୈାଣସି ସ୍ବାସ୍ଥ୍ୟ କର୍ମୀ ମଧ୍ୟ ନ ଥିଲେ l ପରବର୍ତ୍ତୀ ସମୟରେ ଗର୍ଭବତୀ ମହିଳା ଜଣକ ଉକ୍ତ ସର୍ବସାଧାରଣ ସ୍ଥଳରେ ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରାଇଥିଲେ l ସ୍ବାସ୍ଥ୍ୟ ବିଭାଗର ଏହି ଅବ୍ୟବସ୍ଥାକୁ ସାଧାରଣରେ ଘୋର ନିନ୍ଦା କରାଯାଇଅଛି ।

   Related Posts