ପ୍ରସବ ପୂର୍ବରୁ ଡାକ୍ତରଙ୍କ ସହ ମହିଳା କଲେ ଡ୍ୟାନ୍ସ : ଭିଡିଓ ହେଲା ଭାଇରାଲ

Published By : Prameya-News7 Bureau | December 29, 2018 IST

ଚଣ୍ଡୀଗଡ଼ ୨୯/୧୨ : ଜଣେ ଗର୍ଭବତୀ ମହିଳା ପ୍ରସବର କିଛି ସମୟ ପୂର୍ବରୁ ହସ୍ପିଟାଲରେ ଡାକ୍ତରଙ୍କ ସହିତ ଡ୍ୟାନ୍ସ କରିଛନ୍ତି | ମହିଳାଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ପ୍ରସବ ପୂର୍ବରୁ ମହିଳାଙ୍କର ସି-ସେକ୍ସନ କରାଯିବାର ଥିଲା | ଏହା ପୂର୍ବରୁ ମହିଳା ଡାକ୍ତରଙ୍କ ସହ ଡ୍ୟାନ୍ସ କରିଥିଲେ | ସୋସିଆଲ ମିଡ଼ିଆରେ ଏହି ଡ୍ୟାନ୍ସ ଭିଡିଓକୁ ନେଇ ଅନେକ ଲୋକ ପ୍ରଶଂସା କରିଛନ୍ତି | ଗର୍ଭବତୀ ମହିଳା ଏହି ଡ୍ୟାନ୍ସ ଭିଡିଓକୁ ଟ୍ୱିଟର ହର୍ଷ ଗୋଏଙ୍କା ନାମକ ଜଣେ ବ୍ୟକ୍ତି ସେୟାର ମଧ୍ୟ କରିଛନ୍ତି |

{"id":68537}
wp:html
/wp:html

ଘଟଣା ଲୁଧିଆନାର | ଗର୍ଭବତୀ ମହିଳା ଏବଂ ଡାକ୍ତର ଦିଲ ଧଡକନେ ଦୋ ଗୀତରେ ନାଚିଥିଲେ | ନାଚିବା ପରେ ମହିଳା ସମ୍ପୂର୍ଣ ଫୁର୍ତ୍ତି ଅନୁଭବ କରିଥିଲେ ଏବଂ ଅପରେସନ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ | ମହିଳାଙ୍କ ଅପରେସନ ମଧ୍ୟ ସଫଳ ହୋଇଥିଲା ଏବଂ ସେ ଏକ ସୁସ୍ଥ ସନ୍ତାନ ଜନ୍ମ ଦେଇଥିଲେ | ସନ୍ତାନ ଜନ୍ମ ପରେ ମହିଳା ନିଜେ ମଧ୍ୟ ଟ୍ୱିଟ କରି କହିଥିଲେ ଯେ, ଡାକ୍ତରଙ୍କ ମନୋଭାବକୁ ସଂଦେହ କରିବା ଅନୁଚିତ | ଏହା ସହ ସେ ଟ୍ୱିଟ ଜରିଆରେ ଡାକ୍ତରଙ୍କୁ ଧନ୍ୟବାଦ ମଧ୍ୟ ଜଣେଇଥିଲେ |

{"id":68538}

ମହିଳାଙ୍କ ନାଁ ସଂଗୀତ ଶର୍ମା | ସେ ନିଜେ ଜଣେ କୋରିଓଗ୍ରାଫର | ଗର୍ଭବତୀ ଥିବାବେଳେ ମଧ୍ୟ ସେ ଅନେକ ସମୟରେ ଡ୍ୟାନ୍ସ କରିଥିବା କହିଛନ୍ତି | ତେବେ ତାଙ୍କର ଏକ ଖୁବ ସୁନ୍ଦର ଏବଂ ଗୁଳୁଗୁଲିଆ ଝିଅ ଜନ୍ମ ହୋଇଥିବା ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.