ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଗର୍ଭବତୀ ମହିଳା, ଡଙ୍ଗାର ନାହିଁ ବ୍ୟବସ୍ଥା

Published By : Prameya-News7 Bureau | September 24, 2019 IST

ତେଲକୋଇ ୨୪।୯: ନଦୀରେ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଛନ୍ତି ଗର୍ଭବତୀ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ କରଦାଙ୍ଗି ପଞ୍ଚାୟତ ସାପଲାଞ୍ଜି ଗାଁରେ । ନଦୀରେ ଡଙ୍ଗାର ବ୍ୟବସ୍ଥା ନାହିଁ । ତେଣୁ ବାଧ୍ୟ ହୋଇ ନିଜେ ନଦୀ ପାର ହେବା ପରେ ଗାଡି ଯୋଗେ ତେଲକୋଇ ମେଡିକାଲକୁ ଯାଇଛନ୍ତି ଚନ୍ଦ୍ରିକା ।

{"id":161883}

ଗାଁ ତିନି ପଟେ ନଦୀ ଘେରି ରହିଥିବା ବେଳେ ଗୋଟିଏ ପଟେ ପାହାଡ ରହିଛି । ଜଳବନ୍ଦୀ ଭିତରେ ଦିନ କାଟୁଛନ୍ତି ସାପଲାଞ୍ଜିବାସୀ । ତେଣୁ ଏମିତି ସ୍ଥିତି ବାରମ୍ବାର ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.