Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ପୁଣି ଜନନୀ ଯନ୍ତ୍ରଣା : ଗାଁକୁ ଆସିଲାନି ଆମ୍ବୁଲାନ୍ସ, ୫କି.ମି. ଷ୍ଟ୍ରେଚରରେ ବୁହାହେଲେ ପ୍ରସୂତୀ

19/11/2020 at 7:28 AM

ଜୟପୁର ୧୯।୧୧: କମିବାର ନାଁ ନେଉନାହିଁ ଜନନୀ ଯନ୍ତ୍ରଣା । ଗାଁକୁ ପକ୍କା ରାସ୍ତାଟିଏ ନ ଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଫଳରେ ୫ କି.ମି. ଦୂର ଷ୍ଟ୍ରେଚରରେ ବୁହା ହୋଇ ଡାକ୍ତରଖାନା ଗଲେ ପ୍ରସୂତୀ ମହିଳା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ସ୍ଥିତ ଭଣ୍ଡିସିଲ ଗାଁରେ । ମହିଳା ଜଣଙ୍କ ହେଲେ ଚୈତନ୍ୟ ଜାନିଙ୍କ ସ୍ତ୍ରୀ ତୁଳସୀ ଜାନି ।   ତାଙ୍କ ବୟସ ୨୦ ବର୍ଷ ।

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ହଠାତ୍ ତୁଳସୀଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ‌ତାଙ୍କ ସ୍ବାମୀ ଗାଁର ଆଶାକର୍ମୀଙ୍କୁ ଜଣାଇଥିଲେ । ଆଶା କର୍ମୀ ସଙ୍ଗେ ସଙ୍ଗେ ପ୍ରଥମେ ୧୦୨କୁ ଯୋଗାଯୋଗ କରିଥିଲେ । ହେଲେ ଡାକ୍ତରଖାନାରେ ୧୦୨ ଉପଲବ୍ଧ ନଥିବାରୁ ୧୦୮ ଗାଡିକୁ ଫୋନ୍ କରି କହିଥିଲେ । ଫଳରେ ଆମ୍ବୁଲାନ୍ସ ଭଣ୍ଡିସିଲ୍ ଗାଁଠାରୁ ୫ କି.ମି. ଦୂରରେ ଥିବା ମରିଚିଗୁଡା ଗାଁ ଛକ ନିକଟରେ ଗାଡ଼ି ନେଇ ମହିଳାଙ୍କୁ ଅପେକ୍ଷା କରିଥିଲେ ।

ସେପଟେ ମହିଳାଙ୍କୁ ଗାଁରୁ ୨ କି.ମି. ଦୂର ଚଲାଇ ଚଲାଇ ଆଣୁଥିଲେ । ହେଲେ ପ୍ରସବ ଯନ୍ତ୍ରଣା ଅଧିକ ହେବାରୁ ପୋଡନଦୀ କୂଳରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ହେଲେ ବିଳମ୍ବ ହେବାରୁ ଆମ୍ବୁଲାନ୍ସ କର୍ମଚାରୀମାନେ ଷ୍ଟ୍ରେଚର ଧରି ମହିଳାଙ୍କୁ ନେଇ ଯାଇଥିଲେ । ସେଠାରୁ ଗର୍ଭବତୀ ମହିଳାଙ୍କ ସମ୍ପର୍କୀୟ ଅନ୍ୟ ମହିଳାମାନେ ଭାରରେ ବୋହି ୫କି.ମି. ଦୂରରେ ଥିବା ମରିଚିଗୁଡା ଗାଁ ଛକ ଯାଏଁ ନେଇଥିବା କୁହାଯାଇଛି । ବର୍ତ୍ତମାନ ମା’ ଓ ନବଜାତ ଶିଶୁ ପୁତ୍ର ଡାକ୍ତରଖାନାରେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିଛି ।

   Related Posts