୧୨ କି.ମି. ବାଟ ଷ୍ଟ୍ରେଚରରେ ବୁହାହେଲେ ପ୍ରସୂତୀ ମହିଳା

Published By : Prameya-News7 Bureau | August 22, 2019 IST

କଳାହାଣ୍ଡି ୨୨|୮: ଷ୍ଟ୍ରେଚରରେ ବୁହାହେଲେ ପ୍ରସୂତୀ ମହିଳା । ଦୀର୍ଘ ୧୨ କିଲୋମିଟର ପର୍ଯ୍ୟନ୍ତ ବୁହାହେଲେ ମହିଳା । ମହିଳାଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ୍ ଅନ୍ତର୍ଗତ କାଣିଗୁମା ଗ୍ରାମପଞ୍ଚାୟତଠାରୁ ୧୨ କିଲୋମିଟର ଦୂରରେ ଥିବା ନେହେଲା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପ୍ରସବ ପୀଡିତା ମହିଳା ଜଣଙ୍କୁ ୧୨ କିଲୋମିଟର ପର୍ଯ୍ୟନ୍ତ ଗ୍ରାମବାସୀ ଷ୍ଟ୍ରେଚରରେ ବୋହିଛନ୍ତି । ଗତ ୨୦ ତାରିଖରେ ନେହେଲାର ସାଇବନି ଗୌଡ (୨୩) ଙ୍କୁ ପ୍ରସବ ବେଦନା ହେବାରୁ ତାକୁ ସ୍ବାମୀ ହୋଇଚୂନ ଗୌଡ (୨୬) ଓ ଅନ୍ୟ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ଷ୍ଟ୍ରେଚରରେ କାଣିଗୁମା ପର୍ଯ୍ୟନ୍ତ ବୋହିକି ନେଲେ ଗାଁର ଆଶା ତୁଳା ନାଏକ ।

ଗର୍ଭବତୀଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନା ପର୍ଯ୍ୟନ୍ତ ନେବା ପାଇଁ କାଣିଗୁମା ନିଆଗଲା । ସେଠାରୁ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଥୁଆମୂଳ ରାମପୁର ବ୍ଲକ୍ ରେ ଆଜିବି ଦୁର୍ଗମ ଗ୍ରାମରେ ଯାତାୟତ ସୁବିଧା ସରକାରଙ୍କ ତରଫରୁ ବ୍ୟବସ୍ଥା ହେଇପାରିନାହିଁ । ସ୍ଥାନୀୟ ରାଜନେତାଙ୍କ ଓ କର୍ମଚାରୀଙ୍କ ଦୂରଦୃଷ୍ଟି ଅଭାବ ରହିଥିବା ଯୋଗୁଁ ଲୋକମାନେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.