ପୁଣି ଜନନୀ ଯନ୍ତ୍ରଣା : ଖଟିଆରେ ବୋହି ନେବାବେଳେ ଘଞ୍ଚ ଜଙ୍ଗଲରେ ପ୍ରସବ କଲେ ମହିଳା

Published By : Prameya-News7 Bureau | December 28, 2019 IST

ଉମରକୋଟ ୨୮/୧୨: ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ୧୦୮ ଓ ୧୦୨ ନଆସିବାରୁ ଖଟିଆରେ ବୋହି ୨କିଲୋମିଟର ନେବାବେଳେ ଘଞ୍ଚ ଜଙ୍ଗଲରେ ହେଲା ପ୍ରସବ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ।

ସରକାର ଜନନୀ ଯନ୍ତ୍ରଣାରୁ ବଂଚିତ ହେବାପାଇଁ ବହୁତ ଯୋଜନା ସବୁ କରୁଛନ୍ତି। ମାତ୍ର କେବଳ ରାସ୍ତା ଅଭାବରୁ ହିଁ ଏପରି ଘଟଣା ଦେଖିବାକୁ ମିଳୁଛି।  ସନ୍ଧ୍ୟା ପ୍ରାୟ ୮ଘଟିକା ସମୟରେ ଉମରକୋଟ ବ୍ଲକ କୁରୁଷି ପଂଚାୟତର ଭାଲୁଡ଼ଙ୍ଗରି ଗାଁର ରୀନା ସାନ୍ତା ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ୧୦୮କୁ ଫୋନ କରାଯାଇଥିଲା ମାତ୍ର ୧୦୮ ନ ପହଂଚି ବାରୁ ବାଧ୍ୟ ହୋଇ ଗ୍ରାମବାସୀ ଙ୍କ ସହାୟତାରେ ପରିବାର ଲୋକେ ଖଟିଆରେ ବୋହି ପ୍ରାୟ ୨କିଲୋମିଟର  ଦୂର ଆଣିବା ସମୟରେ ଜଙ୍ଗଲରେ ହିଁ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ମହିଳା। ବର୍ତମାନ ଉଭୟଙ୍କ ସ୍ବାସ୍ଥ୍ୟ ଠିକ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.