ପୁଣି ଜନନୀ ଯନ୍ତ୍ରଣା : ଭାରରେ ନେବାବେଳେ ରାସ୍ତାରେ ଯାଆଁଳା ସନ୍ତାନ ଜନ୍ମ ଦେଲେ ମହିଳା, ଗୋଟିଏ ଶିଶୁ ମୃତ

Published By : Prameya-News7 Bureau | March 14, 2020 IST

ରାୟଗଡା ୧୪।୩: ରାୟଗଡା ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା । ୩ କିଲୋମିଟର ଭାରରେ ବୁହାହୋଇ ମେଡିକାଲ ଯିବା ବାଟରେ ଅଧା ରାସ୍ତାରେ ଜନ୍ମଦେଲେ ୨ଟି ସନ୍ତାନ। ଆଉ ଏହାର କିଛି ସମୟ ପରେ ଆଖି ବୁଜିଲା ନବଜାତ ଶିଶୁ କନ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଅଡାଝୋଲ ଗ୍ରାମରେ।

{"id":238201,"sizeSlug":"large"}

ଆଶାକର୍ମୀ ଓ ୧୦୨ ଡ୍ରାଇଭର କାନ୍ଧରେ ପ୍ରାୟ ୩ କିଲୋମିଟର ବୋହି ନଦୀ ପାର କରିବାପରେ ଗର୍ଭବତୀ ଫଗୁଣଦେଇ ମାଝୀ ବାଟରେ ହିଁ ୨ଟି ସନ୍ତାନ ଜନ୍ମ ଦେଇଥିଲେ । ତେବେ କିଛି ସମୟପରେ ଆଖି ବୁଜିଥିଲା ନବଜାତ ଶିଶୁ କନ୍ୟା । ତେବେ ଗୁରୁତର ଅବସ୍ଥାରେ  ମା’ ଓ ଶିଶୁ ପୁତ୍ରଟିକୁ ଟିକିରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.