ଗାଁକୁ ରାସ୍ତା ନଥିବାରୁ ପୁଣି ଭାରରେ ବୁହା ହେଲେ ପ୍ରସୂତୀ

Published By : Prameya-News7 Bureau | November 24, 2019 IST

ଜୟପୁର ୨୪।୧୧: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଆମ୍ବପଦର ଗାଁରେ ପୁଣି ଜନନୀ ଯନ୍ତ୍ରଣା ଦୃଶ୍ୟ ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ ଜଣେ ପ୍ରସୂତୀ ପୁଣି ଭାରରେ ଆମ୍ବପଦର ଗାଁରୁ ମାଣ୍ଡ୍ରାଗାଁ ଯାଏଁ ବୁହା ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ମହିଳାଙ୍କୁ ଯନ୍ତ୍ରଣା ଅନୁଭବ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ମାତ୍ର ଗାଁ ରାସ୍ତା ଠିକ୍ ନଥିବାରୁ ପରିବାର ଲୋକେ ତାଙ୍କୁ ଭାରରେ ବୋହି ଆମ୍ବପଦର ଗାଁରୁ ମାଣ୍ଡ୍ରା ଗାଁକୁ ଆଣିଥିଲେ। ଏହାପରେ ମାଣ୍ଡ୍ରା ଗାଁରୁ ଆମ୍ବୁଲାନ୍ସରେ ତାଙ୍କୁ ଦଶମନ୍ତପୁର ମେଡ଼ିକାଲ ନିଆଯାଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.