ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର : ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ
20/10/2019 at 1:34 PM

ସୁବର୍ଣ୍ଣପୁର ୨୦।୧୦: ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର । ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ସୁବର୍ଣ୍ଣପୁର ଜିଲ୍ଲା ମଶିଣାପାଲି ଗାଁରେ ଘଟିଛି ଏଭଳି ଘଟଣା । ଗାଁର ଲଳିତା ଭୋଇଙ୍କୁ ଡାକ୍ତରଖାନା ନେବା ପାଇଁ ଆଶା ଦିଦି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ମଶିଣାପାଲି ଠାରୁ ଠେଙ୍ଗୋ ଡ୍ୟାମ୍ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ତେଣୁ ବାଧ୍ୟ ହୋଇ ପରିବାର ଲୋକ ତାଙ୍କୁ ଦୁଇ କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରୁ ନେଇଥିଲେ । ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।
Related Posts
ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
27 January 2021
ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
27 January 2021