Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଗାଁ ରାସ୍ତା ଶୋଚନୀୟ : ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

13/09/2019 at 9:49 AM

ପଦ୍ମପୁର ୧୩।୯: ରାସ୍ତା ଅବସ୍ଥା ଶାଚନୀୟ । ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ । ପୁଣି ଖଟିଆରେ ବୁହା ହୋଇ ଡାକ୍ତରଖାନାରେ ପହଚିଂଲେ ଗର୍ଭବତୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ।

କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ୍ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତଠାରୁ କାଳିଆଆମ୍ବ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୫କିଲୋମିଟର ଆଜିକୁ ଦୀର୍ଘ ବର୍ଷ ଧରି ରହିଥିବା ରାସ୍ତା ମରାମତି ହୋଇ ପାରୁନାହିଁ । ଏହି ରାସ୍ତା ଉପରେ ୯ଗୋଟି ଗ୍ରାମରୁ ଉର୍ଦ୍ଧ୍ବ ଲୋକେ ନିର୍ଭର କରିଥାନ୍ତି । ହେଲେ ଏହି ରାସ୍ତା ପ୍ରତି ପ୍ରଶାସନ ଏବଂ ନେତାମାନେ ଉଭୟେ  କେହି ହେଲେ ମଧ୍ୟ  ନଜର ଦେଉନଥିବାର ଦେଖିବାକୁ ମିଳିଛି । ପ୍ରଶାସନ ଓ ନେତା ପକ୍ଷରୁ ମରାମତି କରିବା ନିମନ୍ତେ ପ୍ରତିଶ୍ରୁତି ଦେଇ ଭୁଲି ଯାଉଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହାପ୍ରତି କେହି ଦୃଷ୍ଟି ନ ଦେଲେ ଆଗାମୀ ଦିନ ମାନଙ୍କରେ  ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଏପରି ରାସ୍ତାରେ ଖଟିଆରେ ପଲିଥିନ ଗୁଡ଼ାଇ ବୁହା ହେଲେ ଗର୍ଭବତୀ ମହିଳା । କାଳିଆଆମ୍ବ ଗ୍ରାମଠାରୁ ଆରମ୍ଭ କରି ପ୍ରାୟ ୩ କିଲୋମିଟର ହାତୀମୁଣ୍ଡା ପର୍ଯ୍ୟନ୍ତ ଆଣିଥିଲେ । ଏହାପରେ ଆମ୍ବୁଲାନ୍ସ ମାଧ୍ୟମରେ ଦୀର୍ଘ ୧୭କିଲୋମିଟର ଆସି ଦଶମନ୍ତପୁର ମେଡିକାଲ ଭର୍ତ୍ତି କରାଯାଇଥିଲା । ନିଜ ଗ୍ରାମରୁ ଦିନ ୩ଟାରୁ ବାହାରି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୋହିବା ପରେ ଡାକ୍ତରଖାନାରେ ପହଚିଂଥିଲେ । ଏପରି ପରିସ୍ଥିତିରେ ସ୍ବାମୀ ଉମାକାନ୍ତ ବିଶୋଇଙ୍କ ସ୍ତ୍ରୀ ହର୍ଷାବତୀ ମେଡିକାଲରେ ପୁତ୍ର ସନ୍ତାନ ଜାତ କରି ଉଭୟେ ସୁରକ୍ଷିତ ରହିଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି  ।

   Related Posts