Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଁକୁ ନାହିଁ ରାସ୍ତା, ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା : ରାତିସାରା ପ୍ରସବ ଯନ୍ତ୍ରଣାରେ ହୋଇଥିଲେ ଛଟପଟ

16/08/2020 at 2:08 PM

ନୂଆପଡା ୧୬।୮: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ସମାଡପଦର ଗାଁରେ ଦେଖା ଦେଇଛି ଅଭାବନୀୟ ଘଟଣା । ଦୀର୍ଘ ଚାରି କିଲୋମିଟର ଦୁର୍ଗମ ପାଦଚଲା ରାସ୍ତାରେ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା । ଅବହେଳିତ ସମାଡପଦର ଗାଁର ଖଗେଶ୍ବର ମାଝୀଙ୍କ ସ୍ତ୍ରୀ ରେମତି ମାଝୀଙ୍କୁ ଗତ ବିଳମ୍ବିତ ରାତିରେ ପ୍ରସବ ଯନ୍ତ୍ରଣା ହୋଇଥିଲା ।

ଦୁର୍ଗମ ତଥା ରାସ୍ତା ନଥିବାରୁ ତଳି ଅଞ୍ଚଳକୁ ଆଣି ଚିକିତ୍ସା ପାଇଁ ପାଖ ହସ୍ପିଟାଲ ନେବା ସମ୍ଭବ ହୋଇନଥିଲା । ଅନ୍ୟ ଉପାୟ ନପାଇ ରାତିସାରା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ରେବତୀ ମାଝୀଙ୍କୁ ସକାଳୁ ଗ୍ରାମବାସୀଙ୍କ ସହାୟତା ଏବଂ ଆଶା ଦିଦି ବାସନ୍ତି ମାଝୀ ପାହାଡ ତଳି ଅଞ୍ଚଳକୁ ଅଣିଥିଲେ । ପୂର୍ବରୁ ତଳି ଅଞ୍ଚଳ ତିନିକୋ ଛକରେ ରହିଥିବା ଆମ୍ବୁଲାନ୍ସର ଷ୍ଟ୍ରେଚରରେ ରେବତୀଙ୍କୁ ଆଣିବା ପରେ ତାଙ୍କୁ ସ୍ଥାନୀୟ ଖଡିଆଳ ହସ୍ପିଟାଲକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ବିଗତ ଦିନରେ ତତକାଳୀନ ନୂଆପଡା ଜିଲ୍ଲାପାଳ ପୋମା ଟୁଡୁ ଚାରି କିଲୋମିଟର ପାଦରେ ଚାଲି ଚାଲି ଯାଇ ସମାଡ ପଦର ଗ୍ରାମର ଲୋକଙ୍କୁ ରାସ୍ତାଘାଟ ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇ ଦେବା ପ୍ରତିଶୃତି ଦେଇଥିଲେ । ଯାହା ପାଇଁ ତାଙ୍କୁ ସରକାରଙ୍କ ତରଫରୁ ଶ୍ରେଷ୍ଠ ଜିଲ୍ଲାପାଳ ପୁରସ୍କାର ମଧ୍ୟ ମିଳିଥିଲା । ହେଲେ ଆଜି ବି ଗାଁକୁ ରାସ୍ତା ନାହିଁ । ଯାହା ଫଳରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିବା ପାଇଁ ଲୋକେ ବାଧ୍ୟ ହେଉଛନ୍ତି ।

   Related Posts