Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଗାଁକୁ ନାହିଁ ରାସ୍ତା, ଆସିପାରିଲାନି ଆମ୍ବୁଲାନ୍ସ : ଖଟିଆରେ ବୁହାହେଲେ ପ୍ରସୂତୀ

19/10/2020 at 12:16 PM

ନବରଙ୍ଗପୁର ୧୯।୧୦: ନବରଙ୍ଗପୁର ଜିଲ୍ଲାରୁ ଆସିଛି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର। ନବରଙ୍ଗପୁର ଜିଲ୍ଲାରେ ବାରମ୍ବାର  ଏପରି ଘଟଣାର ପୁନରାବୃତ୍ତି ଘଟୁଛି । ପ୍ରସୂତୀ ମହିଳାମାନେ ଖଟିଆରେ ବୁହାହେଉଛନ୍ତି ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ସାମ୍ନାକୁ ଆସିଛି। ପାଟଖଲିଆ ଗ୍ରାମପଞ୍ଚାୟତ ଭେଲୁଆକୋଟ ଗାଁର ନର ସାନ୍ତାଙ୍କ ସ୍ତ୍ରୀ ବୋଦେଇ ସାନ୍ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଗାଁକୁ ଭଲ ରାସ୍ତାଟିଏ ନଥିବାରୁ  ୧୦୨ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚିପାରିନଥିଲା ।  ବଦେଇ ସାନ୍ତା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଗ୍ରାମବାସୀଙ୍କ ସହଯୋଗରେ ଗର୍ଭବତୀ ମହିଳାଙ୍କୁ ଏକ ଖଟିଆରେ ୩ କିଲୋମିଟର ବୋହି ନେବା ପରେ ଗୋଟିଏ ଅଟୋରେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । 

ସରକାର କେବଳ ବିଭିନ୍ନ ଯୋଜନାର  ନାରା ଦେଇ କାର୍ଯ୍ୟକାରୀ ନ କରୁଥିବାରୁ ନିରୀହ ଜନସାଧାରଣ ଅସୁବିଧା ଭୋଗୁଥିବା ବେଳେ ଭେଲୁଆକୋଟ ଭଳି ଅପହଞ୍ଚ ଅଞ୍ଚଳ ଅବହେଳିତ ହୋଇ ରହିଛି । ସଂପୃକ୍ତ ମହିଳା ଜଣଙ୍କ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିବା ବେଳେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର  କହିଛନ୍ତି ।

   Related Posts