Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ଗାଁକୁ ନାହିଁ ରାସ୍ତା, ପୁଣି ଖଟିଆରେ ବୁହାହେଲେ ପ୍ରସୂତୀ

7/04/2021 at 1:16 PM

ନବରଙ୍ଗପୁର ୭।୪: ଇନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁର୍ଦ୍ଦଶା ପୁଣି ଥରେ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ଥୁଆମୁଳରାମପୁର ବ୍ଲକ୍ ତେନ୍ତୁଳିଗୁମ୍ମା ଗାଁର ୩୦ ବର୍ଷ ବୟସ୍କା ଗୁରୁବାରୀ ମାଝୀ ନାମକ ଗର୍ଭବତୀ ମହିଳାଙ୍କର ବୁଧବାର ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାପରେ ସ୍ଥାନୀୟ ଆଶାକର୍ମୀ ବୋଟ୍ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ପରେ ଆମ୍ବୁଲାନ୍ସଟି ତେନ୍ତୁଳିଗୁମ୍ମା ଘାଟ ନିକଟରେ ପହଞ୍ଚିଥିଲା ।

କିନ୍ତୁ ତେନ୍ତୁଳିଗୁମ୍ମାରୁ ଘାଟ ପର୍ଯ୍ୟନ୍ତ ଆସିବା ପାଇଁ ଦେଢ଼ କିଲୋମିଟର ରାସ୍ତା ନଥିବାରୁ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଅଣ ଓସାରିଆ ରାସ୍ତା ଦେଇ ଗର୍ଭବତୀଙ୍କୁ ଖଟିଆରେ ଦେଢ଼ କିଲୋମିଟର ବୋହି ଆଣିବା ପରେ ବୋଟ୍ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ପୋଡାଗଡ ଘାଟକୁ ଅଣାଯିବା ପରେ ଘାଟ ନିକଟରେ ପୂର୍ବରୁ ଅପେକ୍ଷା କରିଥିବା ୧୦୮ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

   Related Posts