ଆନନ୍ଦପୁରରେ ଖଟିଆରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

Published By : Prameya-News7 Bureau | August 27, 2018 IST

କେନ୍ଦୁଝର ୨୭/୮ : ଖଟିଆରେ ପିଲା ଜନ୍ମ କଲେ ମହିଳା । ଏଭଳି ଲଜ୍ଜିତ ଘଟଣା ନଜରକୁ ଆସିଛି କେନ୍ଦୁଝର ଆନନ୍ଦପୁର ଡବଣି ଗାଁରେ । ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ଗାଡି ଡକାଇଥିଲେ ମହିଳାଙ୍କ ଘର ଲେ।କ । ହେଲେ ଗାଁ ରାସ୍ତା ଖରାପ ଯେ।ଗୁଁ ଗାଁ ଭିତରକୁ ଯାଇପାରିଲାନି ଗାଡି । ଫଳରେ ଖଟିଆରେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେଉଥିଲେ ଘର ଲେ।କ । ତେବେ ବାଟରେ ଖଟିଆରେ ହିଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ମହିଳା ଜଣକ । ପ୍ରସୂତୀ ମହିଳା ହେଲେ ଜିଙ୍ଗି ବାନସିଂ । ପିଲା ଜନ୍ମ ହେବା ପରେ ମହିଳାଙ୍କୁ ଏକ ଅଟେ। ଯେ।ଗେ ଡାକ୍ତରଖାନା ନିଆଯାଇଛି । ସେହି ଭଳି ସେହି ଗାଁର ଜଣେ ରେ।ଗୀଙ୍କୁ ମଧ୍ୟ ଖଟିଆରେ ଡାକ୍ତରଖାନା ନିଆଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.