Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆସିଲାନି ଆମ୍ବୁଲାନ୍ସ ; ଖଟିଆରେ ୫କି.ମି. ବୁହାହେଲେ ପ୍ରସୂତୀ

9/01/2019 at 10:20 AM

କେନ୍ଦୁଝର ୯|୧: ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଖଟିଆରେ ବୁହାହେଲେ ପ୍ରସୂତୀ । କେନ୍ଦୁଝରର ବାଂଶପାଲ ବ୍ଲକ୍ ଛଡାଡିହି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପ୍ରସୂତୀଙ୍କୁ  ପ୍ରାୟ ୫କିଲୋମିଟର ଖଟିଆରେ ବୋହିଲେ ସଂପର୍କୀୟ । ଶେଷରେ ବାଟରେ ଅଟକିଥିବା ଆମ୍ବୁଲାନ୍ସରେ ନେବାବେଳେ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ମହିଳା। 

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଛଡାଡିହି ଗାଁର ପହ୍ମିନୀ ଦେହୂରୀ ଗତ ସୋମବାରଠାରୁ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ଏନେଇ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା  । ହେଲେ ଗାଁ ରାସ୍ତା ଅବସ୍ତା ସ୍ବଚନୀୟ ଥିବାରୁ ଗାଁ କୁ ଆମ୍ବୁଲାନ୍ସ ଆସି ନପାରି ଗାଁ ଠାରୁ ୫କିମି ଦୂର ଉପରରାଇଗୋଡା ଠାରେ ଅଟକି ରହିଥିଲା । ଏପଟେ ପଦ୍ମିନୀଙ୍କର ଅସହ୍ୟ ଯନ୍ତ୍ରଣା ଯୋଗୁଁ ଘର ଲୋକେ ବାଧ୍ୟ ହୋଇ ପହ୍ମିନୀଙ୍କୁ ଏକ ଖଟିଆରେ ବୋହି ଦୀର୍ଘ ୨ଘଣ୍ଟା କାଳ ୫କିମି ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ ।  ଆମ୍ବୁଲାନ୍ସ  ପ୍ରସୂତୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଆସୁଥିବା ସମୟରେ ଆମ୍ବୁଲାନ୍ସ ଭିତରେ ହିଁ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଉଭୟ ମା ଓ ଶିଶୁପୁତ୍ର ସୁସ୍ଥ ଅଛନ୍ତି ।

   Related Posts