ପୁଣି ଜନନୀ ଯନ୍ତ୍ରଣା, ରାସ୍ତା ନଥିବାରୁ ଖଟିଆରେ ୨ କି.ମି. ବୁହାହେଲେ ପ୍ରସୂତୀ

Published By : Prameya-News7 Bureau | June 30, 2021 IST

ଭଞ୍ଜନଗର ୩୦।୬: ଗଞ୍ଜାମ ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ନାହିଁ ରାସ୍ତା । ଖଟିଆରେ ବୁହାହେଲେ ପ୍ରସୂତୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ବିଲେଇଢ଼ିଅ ଗ୍ରାମରେ ।

{"id":473595,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ବିଲେଇଢ଼ିଅ ଗ୍ରାମର ପ୍ରସୂତୀ ମହିଳା ଗୀତାଞ୍ଜଳି ମଳିକଙ୍କର ପ୍ରସବ ଯନ୍ତ୍ରଣା ହେବାରୁ, ତାଙ୍କ ସ୍ବାମୀ ଧନଞ୍ଜୟ ମଳିକ ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଜଣାଇଥିଲେ । ଗାଲେରୀରୁ ୧୦୨ ଆମ୍ବୁଲାନ୍ସ ଯାଇଥିଲା କିନ୍ତୁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସଟି ଗାଁଠାରୁ ଦୁଇ କି.ମି. ଦୂରରେ ରହିଥିଲା । ତାପରେ ମହିଳାଙ୍କୁ ଖଟିଆରେ ବୋହି ଆଣିବା ବାଟରେ ହିଁ ତାଙ୍କର ଏକ ପୁତ୍ର ସନ୍ତାନ ପ୍ରସବ ହୋଇଥିଲା । ମା’ ଏବଂ ଶିଶୁକୁ ୧୦୨ଆମ୍ବୁଲାନ୍ସରେ ତୁରନ୍ତ ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଛି । ତାଙ୍କ ସହ ଆଶା କର୍ମୀ ମଧ୍ୟ ଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ଏବଂ କର୍ମଚାରୀଙ୍କ ସାହାଯ୍ୟ ବେଶ୍ ପ୍ରଶଂସନୀୟ, ବର୍ତ୍ତମାନ ମା’ ଓ ସନ୍ତାନ ଉଭୟେ ସୁସ୍ଥ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.