ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ ; ଖଟିଆରେ ୪କି.ମି. ବୁହାହେଲେ ପ୍ରସୂତୀ

Published By : Prameya-News7 Bureau | January 21, 2019 IST

କେନ୍ଦୁଝର ୨୧|୧: ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଖଟିଆରେ ୪ କିଲୋମିଟର ରାସ୍ତା ବୁହାହେଲେ ପ୍ରସୂତୀ । କେନ୍ଦୁଝର ବାଂଶପାଳ ଛଡ଼ାଡିହି ଗାଁରେ ଏଭଳି ଖଟରେ ବୁହା ହୋଇଛନ୍ତି ପ୍ରସୂତୀ ।

ସୂଚନା ଅନୁସାରେ କେନ୍ଦୁଝର ବାଂଶପାଳ ଛଡ଼ାଡିହି ଗାଁର ଜଣେ ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ମେଡିକାଲ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ରାସ୍ତା ଖରାପ ଯୋଗୁଁ ଗାଁଠାରୁ ୪ କିଲୋମିଟର ଦୂରରେ ରହିଥିଲା ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ଘରଲୋକେ ଖଟିଆରେ ମହିଳାଙ୍କୁ ଆମ୍ବୁଲାନ୍ସ ଅଟକିଥିବା ଉପର ରାଇଗୋଡା ପର୍ଯ୍ୟନ୍ତ ବୋହିକି ଆଣିଥିଲେ । ତେବେ ସେଠାରୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.