ଗାଁକୁ ନାହିଁ ରାସ୍ତା, ଯାଇପାରିଲାନି ଆମ୍ବୁଲାନ୍ସ : ୩ କି.ମି. ଖଟିଆରେ ବୁହାହେଲେ ପ୍ରସୂତୀ

Published By : Prameya-News7 Bureau | May 30, 2021 IST

କରଞ୍ଜିଆ ୩୦।୫: ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଖଟିଆରେ ୩ କିଲୋମିଟର ବୁହାହେଲେ ଗର୍ଭବତୀ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ବଡ ବାର୍ହାକାମୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାତ୍ୟା ‘ୟାସ୍’ ପରେ ରାସ୍ତାଘାଟ ଧୋଇ ଯାଇଥିବାରୁ ଗାଁରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ଗାଁର ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ଗାଁରୁ ୩ କିଲୋମିଟର ପର୍ଯ୍ୟନ୍ତ ନଦୀନାଳ ଓ ଘଞ୍ଚଜଙ୍ଗଲ ରାସ୍ତା ପାର କରି ଖଟିଆରେ ଆଣିଲେ । ହାତୀବାରି ଗାଁରେ ପହଞ୍ଚିବା ପରେ ଉକ୍ତ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ତାଟୋ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ଗାଁକୁ ରାସ୍ତା ନଥିବାରୁ ପ୍ରସୂତୀଙ୍କୁ ୩ କିଲୋମିଟର ଖଟିଆରେ ବୋହି ଆଣିଥିଲେ ବୋଲି ଗ୍ରାମବାସୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.