Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଡକ କଡରେ ପ୍ରସବ, ଶିଶୁକୁ କୋଳରେ ଧରି ପୁଣି ଗାଁ ଅଭିମୁଖେ ଚାଲିବା ଆରମ୍ଭ କଲେ ମା’

11/05/2020 at 4:19 PM

ନୂଆଦିଲ୍ଲୀ ୧୧।୦୫: ସହରରୁ ଚାଲି ଚାଲି ନିଜ ଘରକୁ ଫେରୁଥିବା  ଜଣେ ଗର୍ଭବତୀ ମହିଳା ଟାଣ ଖରାରେ ସଡକ ଉପରେ ହିଁ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁ ଜନ୍ମ ହେବାର ଖୁସି ଟିକିଏ କଣ ମନା ଯାଇଛି କି ନାହିଁ ମହିଳା ପ୍ରସବର ଦୁଇ ଘଣ୍ଟା ପରେ ଶିଶୁକୁ କୋଳରେ ଧରି ପୁଣି ଥରେ ଗାଁ ଅଭିମୁଖେ ଚାଲିବା ଆରମ୍ଭ କରିଛି। ଚକିତ କରିବା ଭଳି ଏହି ଘଟଣା ମଧ୍ୟ ପ୍ରଦେଶର ବଡଓ୍ଵାନି ଜିଲ୍ଲାରେ ସାମ୍ନାକୁ ଆସିଛି।

ଲକ୍‌ଡାଉନ୍‌ କାରଣରୁ ନାସିକରୁ ୩୦ କିଲୋମିଟର ଚାଲି ସାରିଥିବା ଦୁଇ ଶ୍ରମ ଜୀବୀଙ୍କ ପତ୍ନୀ ଗର୍ଭବତୀ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଶଙ୍କୁନ୍ତଳା ମହାରାଷ୍ଟ୍ରର ପିପରି ଗାଁରେ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ସଡକ କଡରେ ଚାଲି ଚାଲି ଯାଉଥିବା ମହିଳା ଶାଢି ଅଡୁହାଳରେ ତାଙ୍କୁ ପ୍ରସବ କରାଇଥିଲେ। ବିନା ହସ୍ପିଟାଲ, ବିନା କୌଣସି ପରୀକ୍ଷଣ ଏବଂ କୌଣସି ଡାକ୍ତରଙ୍କୁ ନ ଭେଟି ଶିଶୁକୁ ଜନ୍ମ ଦେବା ପରେ ମହିଳା ପୁଣି ଥରେ ଭୋକିଲା-ଶୋଷିଲାରେ ଚାଲି ଚାଲି ଗାଁ ଅଭିମୁଖେ ବାହାରିଛନ୍ତି।

ଏହି ପରିବାର ପାଦରେ ଚାଲି ଚାଲି ରବିବାର ମଧ୍ୟ ପ୍ରଦେଶର ସେନ୍ଧଓ୍ଵା ପହଞ୍ଚିଛନ୍ତି। ତାଙ୍କ ସହିତ ଚାଲୁଥିବା ଅନ୍ୟ ଜଣେ ଶ୍ରମିକଙ୍କ ପତ୍ନୀ ମଧ୍ୟ ୮ ମାସର ଗର୍ଭବତୀ ଅଛନ୍ତି। ତଥାପି ସେ ଏହି ଟାଣ ଖରାରେ ନିଜର ଯାତ୍ରା ଜାରି ରଖିଛନ୍ତି। ଏହି ଲୋକ ମଧ୍ୟ ପ୍ରଦେଶର ସତନା ସ୍ଥିତ ନିଜ ଗାଁ ବାହାରିଛନ୍ତି।

ମଧ୍ୟ ପ୍ରଦେଶ-ମହାରାଷ୍ଟ୍ର ବର୍ଡରରେ ଗ୍ରାମୀଣ ଥାନା ପ୍ରଭାରୀଙ୍କ ନଜର ତାଙ୍କ ଉପରେ ପଡିଥିଲା। ତାଙ୍କ ସହ ଥାନା ଅଧିକାରୀ ଆଲୋଚନା କରିଥିଲେ ଏବଂ ବେଦନା ବୁଝିବା ପରେ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା ପରେ ଦୁଇ ମହିଳା ଏବଂ ତାଙ୍କ ପତିଙ୍କୁ କ୍ଵାରେଣ୍ଟାଇନ୍ କେନ୍ଦ୍ରକୁ ଅଣାଯାଇଛି। ପରେ ଦୁଇ ମହିଳାଙ୍କୁ ସେନ୍ଧଓ୍ଵା ସରକାରୀ  ହସ୍ପିଟାଲରେ ଡାକ୍ତରଙ୍କୁ ଦେଖା ଯାଇଛି।

ମହିଳାଙ୍କ ପତି ରାକେଶ କହିଛନ୍ତି, ଆମେ ନାସିକରୁ ୩୦ କିଲୋମିଟର ଦୂରରେ ରହୁଥିଲୁ। ସେଠାରୁ ଆମେ ମଧ୍ୟପ୍ରଦେଶର ସତନା ଜିଲ୍ଲା ନିଜ ଗାଁ ଅଭିମୁଖେ ବାହାରିଛୁ। ମୋ ସହିତ ମୋ ପତ୍ନୀ ଓ ପିଲା ଅଛନ୍ତି। ସେଠାରୁ ଚାଲିବା ପରେ ପିମ୍ପରି ଗାଁ ପହଞ୍ଚିବା ମାତ୍ରେ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବାଇ ଲୋକ ତାଙ୍କୁ ଧରି ସଡକ କଡକୁ ନେଇଥିଲେ ଏବଂ ଶାଢିର ଅଡୁହାଳରେ ପ୍ରସବ କରାଇଥିଲେ। ସେଠାରେ ଆମେ ୨ ଘଣ୍ଟା ଅଟକିବା ପରେ ପୁଣି ନିଜ ଗାଁ ଅଭିମୁଖେ ବାହାରିଲୁ।

   Related Posts