ଘରେ ପଶି ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ, ୩ ଜଣଙ୍କ ନାଁରେ ମାମଲା ରୁଜୁ

Published By : Prameya-News7 Bureau | September 26, 2019 IST

ରାଉରକେଲା ୨୬।୯: ରାଉରକେଲାରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ ହୋଇଛି । ଏନେଇ ବନ୍ଧମୁଣ୍ଡା ଥାନାରେ ମାମଲା ରୁଜୁ କରାଯାଇଛି । ଦେଶୀ ମଦ ଭାଟି ମ୍ୟାନେଜର ମୁକେଶ ଯାଦବ, ଦ୍ବିତୀୟ ମ୍ୟାନେଜର ରବୀନ୍ଦ୍ର ଯାଦବ ଏବଂ କର୍ମଚାରୀ ଛୋଟୁ ସିଂ ବିରୋଧରେ ମାମଲା ରୁଜୁ  ହୋଇଛି ।

ସୂଚନାଯୋଗ୍ୟ ଯେ, ସଂପୃକ୍ତ ମହିଳାଙ୍କ ସ୍ବାମୀ ଜେଲରେ ଥିବାବେଳେ ଗତ ଜୁଲାଇ ୨୯ତାରିଖରେ ଘରେ ପଶି ଗଣ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଘଟଣା ସଂପର୍କରେ କାହା ଆଗରେ ପ୍ରକାଶ ନକରିବାକୁ ମହିଳାଙ୍କୁ ଧମକ ଚମକ ଦିଆଯାଇଥିଲା । ତେବେ ସ୍ବାମୀ ଜେଲରୁ ଫେରିବା ପରେ ମହିଳା ଜଣଙ୍କ ସମସ୍ତ ଘଟଣା ସ୍ବାମୀଙ୍କ ଆଗରେ ପ୍ରକାଶ କରିଥିଲେ । ଫଳରେ ସ୍ବେଚ୍ଛାସେବୀଙ୍କ ସହାୟତାରେ ଆଜି ଥାନାରେ ମାମଲା ରୁଜୁ କରାଯାଇଛି । ମହିଳା ଜଣଙ୍କ ୯ ମାସର ଗର୍ଭବତୀ ଥିବା ସମୟରେ ଗଣ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା । ମୁକେଶ ଯାଦବ ପୋଲିସ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.