Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ରୋଗୀଙ୍କ ଜୀବନ ସହ ଖେଳ : ତେଲ ସରିଯିବାରୁ ଆମ୍ବୁଲାନ୍ସ ଭିତରେ ଆଖି ବୁଜିଲେ ମାଆ ଏବଂ ଶିଶୁ

5/10/2019 at 5:47 PM

ବାରିପଦା ୫/୧୦: ତେଲ ସରିଯିବାରୁ ଅଧା ବାଟରେ ଅଟକିଗଲା ଆମ୍ବୁଲାନ୍‌ସ୍‌ ।  ହସ୍ପିଟାଲରେ ପହଞ୍ଚିପାରିଲେନି ପ୍ରସୂତି । ଆମ୍ବୁଲାନ୍ସ ଭିତରେ ହିଁ ୨ଘଣ୍ଟାକାଳ ଛଟପଟ ହୋଇ ଚାଲିଗଲା ମାଆ ଓ ଶିଶୁଙ୍କ ଜୀବନ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଡାକ୍ତରଖାନାରୁ ବାରିପଦା ଡାକ୍ତରଖାନାକୁ ଜଣେ ପ୍ରସୂତିଙ୍କୁ ସ୍ଥାନାନ୍ତର ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଛନ୍ତି ସ୍ଥାନୀୟ ହାଣଦା ଗାଁର ତୁଳସୀ ମୁଣ୍ଡା । ….

ରୋଗୀଙ୍କ ଜୀବନ ସହ ଖେଳ । ତେଲ ସରିଯିବାରୁ ଅଧାବାଟରେ ଅଟକିଲା ଆମ୍ବୁଲାନ୍‌ସ୍‌ । ହସ୍ପିଟାଲରେ ପହଞ୍ଚିପାରିଲେନି ଗର୍ଭବତୀ । ୨ଘଣ୍ଟା କାଳ ଛଟପଟ ହୋଇ ଚାଲିଗଲା ମାଆ ଓ ଶିଶୁଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ବାଙ୍ଗିରିପୋଷିରେ  । ବାଙ୍ଗିରିପୋଷି ହାଣୁଦା ଗାଁର ତୁଳସୀ ମୁଣ୍ଡାଙ୍କୁ ଗତକାଲି ରାତି ସାଢ଼େ ୧୧ଟା ବେଳେ ପ୍ରସବ ବେଦନା ହୋଇଥିଲା ।

ପରିବାର ଲୋକ ତୁରନ୍ତ ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କର ସ୍ବାସ୍ଥାବସ୍ଥା ଅଧିକ ଖରାପ ହେବାରୁ  ସେଠାରେ ଥିବା ଡାକ୍ତର ତାଙ୍କୁ ବାରିପଦା ଡାକ୍ତଖାନାକୁ ନେଇଯିବାକୁ କହିଥିଲେ । ୧୦୨ ଆମ୍ବୁଲାନ୍ସ ନଆସିବାରୁ ତୁଳସୀଙ୍କୁ ବାଙ୍ଗିରିପୋଷି ମେଡିକାଲର ଆମ୍ବୁଲାନ୍‌ସ୍‌ରେ ବାରିପଦା ନିଆଯାଉଥିଲା । ତେବେ ଆମ୍ବୁଲାନ୍‌ସର ତେଲ ସରିଯିବାରୁ ଅଧା ବାଟରେ ଅଟକି ଯାଇଥିଲା । ସେଠାରୁ ୧୦୨ ଏବଂ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲେ ତୁଳସୀଙ୍କ ସ୍ବାମୀ । ଦେଢ଼ଘଣ୍ଟା ପରେ ଘଟଣାସ୍ଥଳରେ ପହଞ୍ଚିଲା ୧୦୮ ଆମ୍ବୁଲାନ୍‌ସ । ସେତେବେଳକୁ ଯନ୍ତ୍ରଣାରେ ଛଟପଟ ତୁଳସୀଙ୍କର ଆଉ ଚେତା ନଥିଲା । ଡାକ୍ତରଖାନାରେ ପହଞ୍ଚିବା ପରେ ତୁଳସୀ ଓ ତାଙ୍କ ପେଟରେ ଥିବା ଶିଶୁର ମୃତ୍ୟୁ ହୋଇସାରିଥିଲା ।

ସରକାରୀ ଡାକ୍ତରଖାନାରେ ଥିବା ଡାକ୍ତର ଓ କର୍ମଚାରୀ ରୋଗୀଙ୍କ ଜୀବନ ସହ କେମିତି ଖେଳୁଛନ୍ତି ଇଏ ହେଉଛି ତା’ର ନଗ୍ନ ନମୂନା । ଗତକାଲି ବାଲେଶ୍ବର ଡାକ୍ତରଖାନାରେ ସୂତା ନଥିବାରୁ କିଭଳି ରୋଗୀଙ୍କ ଅପରେସନ ନକରି ଡାକ୍ତର ସମୟ ଗଡ଼ାଉଥିଲେ ସେ ଖବର ଦେଖିଥିଲେ । ଆଉ ଆଜି ବାରିପଦାରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଲେ କୋଉଠି କର୍ମଚାରୀ ନିଜ ଦୋଷ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି ତ ଆଉ କୋଉଠି ତଦନ୍ତର ଆଳ ଦେଖାଇ ଖସିବାକୁ ଚେଷ୍ଟା କରୁଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ଏଥର ତଦନ୍ତ ହେବ । ଜଣେ ଦୁଇ ଜଣ ଚାକିରୀରୁ ସସ୍‌ପେଣ୍ଡ ହେବେ । ହେଲେ ବ୍ୟବସ୍ଥା ଯେ, ସୁଧୁରିବ ତା’ର କୌଣସି ଗ୍ୟାରେଣ୍ଟି ନାହିଁ । ଏଭଳି ଘଟଣା ହେଉଛି ସରକାରୀ ବ୍ୟବସ୍ଥା ପ୍ରତି ଗୋଟେ ଗୋଟ ସବକ୍‌ । କେବଳ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ହେବନି, ସରକାରୀ ସ୍ବାସ୍ଥ୍ୟସେବାର ପୂରା ବ୍ୟବସ୍ଥାକୁ କିଭଳି ସଜଡ଼ା ଯାଇପାରିବ ସେଥିପ୍ରତି ବି ନଜର ଦେବା ନିହାତି ଆବଶ୍ୟକ।

   Related Posts