ପାର୍ଟିରେ ସାଙ୍ଗମାନଙ୍କ ସହ ଚିଲ୍ କରୁଥିଲେ ନୁସରତ, ଫଟୋ ଭାଇରାଲ୍ ପରେ ପୁଣି ଥରେ ଟ୍ରୋଲ୍‌ର ହେଲେ ଶିକାର

Published By : Prameya-News7 Bureau | July 10, 2021 IST

ନୂଆଦିଲ୍ଲୀ ୧୦/୦୭: ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜହାଁ ଆଜିକାଲି ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି । ସେ ତାଙ୍କର ପର୍ସନାଲ ଲାଇଫକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସିଛନ୍ତି । ଏବେ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିବାର ଦେଖାଯାଉଛି । ଏହି ସମୟରେ ସେ ସୋସିଆଲ ମିଡିଆରେ ଖୁବ୍ ଫଟୋ ଏବଂ ଭିଡିଓ ସେଆର କରୁଛନ୍ତି । ନୁସରତଙ୍କ କେତେକ ଫ୍ୟାନ୍ସମାନେ ତାଙ୍କ ବିଷୟରେ ଜାଣି ଉତ୍ସାହିତ ଥିବା ବେଳେ ଅନ୍ୟ କେତେକ ୟୁଜର୍ସ ତାଙ୍କୁ ପୁଣି ଥରେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।  ଏଭଳି ସମୟରେ ନୁସରତ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।  ନିକଟରେ ତାଙ୍କର ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ନୁସରତ ସାଙ୍ଗମାନଙ୍କ ସହିତ ପାର୍ଟି କରୁଥିବା ଦେଖିବାକୁ ମିଳିଛି ।

wp:html
/wp:html

ନୁସରତଙ୍କ ଖାସ୍ ବନ୍ଧୁ ତଥା ଅଭିନେତ୍ରୀ ତନୁଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅଭିନେତ୍ରୀ ନୁସରତ ଓ ତନୁଶ୍ରୀଙ୍କ ବ୍ୟତୀତ ଶ୍ରାବନ୍ତୀ ମଧ୍ୟ ନଜର ଆସିଛନ୍ତି । ତାଙ୍କର ଏହି ସେଲଫି ଫଟୋରୁ ଏହା ସ୍ପଷ୍ଟ ହୋଇଛି ଯେ ତିନିଜଣ ଏକାଠି ଅନେକ ସମୟ ବିତାଇଛନ୍ତି ଏବଂ ବହୁତ ମଜା ମଧ୍ୟ କରିଛନ୍ତି । ତିନୋଟି ବଙ୍ଗୀୟ ସୁନ୍ଦରୀଙ୍କର ଏହି ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

{"id":478492,"width":652,"height":345,"sizeSlug":"large","linkDestination":"none"}

ଏଥି ସହିତ, ତନୁଶ୍ରୀଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଫଟୋକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଛନ୍ତି । ତିନିଜଣଙ୍କୁ ଏକାଠି ଥିବା ଦେଖି ଏହି ପୋଷ୍ଟ ଉପରେ ଟ୍ରୋଲରମାନେ ଆପତ୍ତିଜନକ କମେଣ୍ଟ କରିଛନ୍ତି । ଏହି ତିନିଜଣ ପାର୍ଟିରେ ଡ୍ରଗ୍ସ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ଆଉ ଅନ୍ୟ କେତେକ ଟ୍ରୋଲର ଅଭିଯୋଗ କରିଛନ୍ତି କି ସେମାନଙ୍କ ଆଖିରେ ମଦ୍ୟପାନ ଦୃଶ୍ୟମାନ ହେଉଛି। ଏହା ପୂର୍ବରୁ ନୁସରତଙ୍କ ସାଙ୍ଗମାନେ ତାଙ୍କୁ ଖୁବ ସୁନ୍ଦର ସରପ୍ରାଇଜ୍ ଦେଇଥିଲେ । ଯାହାକୁ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫଟୋ ପୋଷ୍ଟ କରିଥିଲେ । ସେ କ୍ୟାପସନ ଲେଖିଥିଲେ କି … ତାଙ୍କ ସାଙ୍ଗମାନେ ଏହି କେକ୍ ପଠାଇଛନ୍ତି । ସେହି କେକର ଟପରେ ଏକ ଛୋଟିଆ ବ୍ୟାନରରେ ଲେଖାଯାଇଛି କି.. ଝିଅ ନା ପୁଅ । ଏହାକୁ ନେଇ ସେ ଲଗାତାର ଭାବେ ଟ୍ରୋଲରଙ୍କ ଶିକାର ହେଉଛନ୍ତି କିନ୍ତୁ  ସେ ଏଭଳି ଟ୍ରୋଲକୁ ଅଣଦେଖା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.