ନର୍ସଙ୍କୁ ସାଲ୍ୟୁଟ୍ : ନିଜେ ୮ ମାସର ଗର୍ଭବତୀ କିନ୍ତୁ ୨୫୦ କି.ମି. ଦୂର ଯାଇ କଲେ କରୋନା ରୋଗୀଙ୍କ ଚିକିତ୍ସା

Published By : Prameya-News7 Bureau | April 04, 2020 IST


ତିରୁଚିରା ୪।୪: କରୋନା ମହାମାରୀ ସଂକ୍ରମଣ ସାରା ବିଶ୍ବରେ ଆତଙ୍କ ଖେଳାଇଛି । ଭାରତରେ ମଧ୍ୟ ଏହାର ଭୟାବହତା ବଢି ବଢି ଚାଲିଛି । ଏହି ସମୟରେ ଡାକ୍ତର, ନର୍ସ, ପୋଲିସ ଏବଂ ଏପରିକି ସୁଇପରମାନେ କରୋନା ମହାମାରୀର ମୁକାବିଲା କରୁଛନ୍ତି । ସେମାନେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ସେବା କରୁଛନ୍ତି । ଏମାନଙ୍କର ଭୂମିକା କାହାରିକୁ ଅଛପାନାହିଁ । ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ ଦିନରାତି କରୋନା ରୋଗୀଙ୍କ ସେବା କରିଚାଲିଛନ୍ତି ।

ଏଭଳି ଏକ ଉଦାହରଣ ତାମିଲନାଡୁରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ନର୍ସ କରୋନା ଭାଇରସ୍ ରୋଗୀଙ୍କ ସେବା କରିବା ପାଇଁ ୨୫୦ କିଲୋମିଟର ଦୂର ଡାକ୍ତରଖାନାକୁ ଯାଇଥିଲେ । ସେହି ନର୍ସ ଜଣଙ୍କ ଆଠ ମାସର ଗର୍ଭବତୀ ଅଛନ୍ତି । ତଥାପି ସେ ରୋଗୀମାନଙ୍କ ସେବା କରିବା ପାଇଁ ଏତେ ଦୂର ଡାକ୍ତରଖାନାକୁ ଯାଇଥିଲେ ।

ଏହି ନର୍ସଙ୍କ ନାଁ ହେଉଛି ବିନୋଥିନି । ସେ ୮ ମାସର ଗର୍ଭବତୀ ଅଛନ୍ତି । ତାଙ୍କ ବୟସ ୨୫ ବର୍ଷ । କରୋନା ମହାମାରୀ ସଙ୍କଟ ସମୟରେ ରୋଗୀଙ୍କ ସେବା କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ବିନୋଥିନି ତିରୁଚିରାଠାରୁ ତାମିଲନାଡୁର ରାମନାଥପୁରମ୍ ପର୍ଯ୍ୟନ୍ତ ୨୫୦ କିଲୋମିଟର ଯାତ୍ରା କରି COVID-19 ପୀଡିତ ରୋଗୀଙ୍କ ଚିକିତ୍ସାରେ ସାହାଯ୍ୟ କରିବା ଲାଗି ଆସିଥିଲେ ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିନୋଥିନି ତିରୁଚିରର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିଲେ । ଅପ୍ରେଲ ୧ ତାରିଖରେ ରାମନାଥପୁରମର ସ୍ବାସ୍ଥ୍ୟ ସେବା ଯୁଗ୍ମ ନିର୍ଦ୍ଦେଶକ (ଜେଡି)ଙ୍କର ତାଙ୍କ ନିକଟକୁ ଏକ କଲ୍ ଆସିଥିଲା । ଏହାପରେ ବିନୋଥିନି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ସେ ହସ୍ପିଟାଲରେ ପହଞ୍ଚିବା ପାଇଁ ୨୫୦ କିଲୋମିଟର ଯାତ୍ରା କରିଥିଲେ ।

DYFI ଜିଲ୍ଲା ସଚିବ ପି ଲେନିନ୍, ପର୍ଯ୍ୟଟନ ମନ୍ତ୍ରୀ ଭେଲମଣ୍ଡି ଏନ ନାଟରାଜନ୍ ଏବଂ କଲେକ୍ଟର ଏସ୍ ଶିବରାସୁ ସେମାନଙ୍କଠାରୁ ତାଙ୍କୁ ଏକ ପାସ୍ ଦିଆଯାଇଥିଲେ । ଲକ୍ ଡାଉନ୍ ହେତୁ ସେହି ପାସ୍ ଜରିଆରେ ତାଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିଥିଲା । ଏହାପରେ ୮ ମାସର ଗର୍ଭବତୀ ନର୍ସ ଶେଷରେ ସ୍ବାମୀଙ୍କ ସହ କାରରେ ତିରୁଚିରାରୁ ରାମନାଥପୁରମ୍ ପହଞ୍ଚିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.