Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାତ ମାସର ଗର୍ଭବତୀ ନାବାଳିକା ଉଦ୍ଧାର, ପୋଲିସର ଜିମାଦେଲେ ସ୍ବେଚ୍ଛାସେବୀ

1/08/2019 at 4:38 PM

ଭଣ୍ଡାରିପୋଖରୀ ୧|୮: ରାସ୍ତାରେ ବୁଲୁଥିବା ବେଳେ ଗର୍ଭବତୀ ଥିବା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ନାବାଳିକାଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ।

ସୂଚନାଯୋଗ୍ୟ ଯେ, ନାବାଳିକା ଜଣକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ନାବାଳିକା ଜଣଙ୍କ ସାତ ମାସର ଗର୍ଭବତୀ ଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ଆଗରପଡା ଥାନା କାଦବରାଙ୍ଗ ଅଞ୍ଚଳରେ ନାବାଳିକା ଜଣକ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ସ୍ଵେଚ୍ଛାସେବୀ ସଂଗଠନକୁ ଖବର ଦେଇଥିଲେ । ସ୍ଵେଚ୍ଛାସେବୀ ସଂଗଠନର କର୍ମଚାରୀ ନାବାଳିକା ଜଣକ ଗର୍ଭବତୀ ଥିବା କଥା ଜାଣିବା ପରେ ଭଣ୍ଡାରିପୋଖରୀ ଥାନାକୁ ହସ୍ତାନ୍ତର କରାଯାଇଛି ।

ନାବାଳିକା ସ୍ଥାନୀୟ ଆଶ୍ରମ ବିଦ୍ୟାଳୟରେ ପଢୁଥିବା ନେଇ କହିଥିଲେ । ତେବେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘଟଣାକୁ ଖଣ୍ଡନ କରିଛନ୍ତି । ନାବାଳିକାଙ୍କ ନାମରେ କୌଣସି ପିଲା ବିଦ୍ୟାଳୟରେ ପଢୁ ନଥିବା ସେ କହିଛନ୍ତି । ଭଣ୍ଡାରିପୋଖରୀ ପୋଲିସ ସମ୍ପୃକ୍ତ ଆଶ୍ରମ ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ପରେ ନାବାଳିକାଙ୍କୁ ଶିଶୁ ମଙ୍ଗଳ ବିଭାଗରେ ହାଜର କରାଯିବ ବୋଲି ସୂଚନା ଦେଇଛନ୍ତି ।

   Related Posts