ପୁଣି ଜନନୀ ଯନ୍ତ୍ରଣା : ଦେଶୀ ଡଙ୍ଗାରେ ବିପଦ ସଙ୍କୁଳ ଅବସ୍ଥାରେ ୭୦ କିଲୋମିଟର ଦୂର ନଦୀ ପାର ହେଲେ ପ୍ରସୂତି

Published By : Prameya-News7 Bureau | August 11, 2019 IST

ମାଲକାନଗିରି ୧୧/୮: ପୁଣି ଜନନୀ ଯନ୍ତ୍ରଣା । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପୁଣି ଫେଲ ମାରିଲା ସ୍ବାସ୍ଥ୍ୟସେବା । ଜୋଡାଆମ୍ବ ପଞ୍ଚାୟତ ଅନ୍ତର୍ଗତ ଜନ୍ତୁରାଇ ଗାଁର ଦଇମତି ପୁନାଙ୍କୁ ଗତକାଲି ରାତିରେ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଜଳ ଭଣ୍ଡାର ପାଇଁ ଥିବା ମେଡିକାଲ ଲଞ୍ଚ ଆମ୍ବୁଲାନ୍ସ କୁ ଅପେକ୍ଷା କରିଥିଲେ । ତେବେ ଲଞ୍ଚ ନଆସିବାରୁ ଆଶା କର୍ମୀ ଓ ସ୍ୱାମୀ ମହେନ୍ଦ୍ର ପୁନା ମିଶି ପ୍ରସୂତିଙ୍କୁ ଏକ ଦେଶୀ ଡଙ୍ଗାରେ ପ୍ରାୟ ୭୦ କିଲୋମିଟର ଦୂର ଜଳ ପଥ ଅତିକ୍ରମ କରି ଚିତ୍ରକୋଣ୍ଡା ମେଡିକାଲକୁ ଆଣିଥିଲେ ।

{"id":143059}

ଏଠାରେ ପ୍ରଶ୍ନ ଉଠିଛି ଯେ ଗୁରୁତର ରୋଗୀ ଓ ଗର୍ଭବତୀଙ୍କ ଲାଗି ସ୍ବାସ୍ଥ୍ୟ ବିଭାଗ ଲଞ୍ଚ ଆମ୍ବୁଲାନସ ସେବା ଯୋଗାଇ ଦେଇଛନ୍ତି । ହେଲେ ଦଇମତିଙ୍କ ପରି ଆଦିବାସୀ ମହିଳାଙ୍କୁ କୌଣସି ସୁବିଧା ମିଳିପାରୁନାହିଁ କାହିଁକି । ଗତ ବର୍ଷ ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁ ଲୋକାର୍ପିତ କରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ବୋଲି କହିଥିଲେ । ହେଲେ ଏହାର ବର୍ଷକ ପରେ ବି ଜୋଡାଆମ୍ବ ମେଡିକାଲରେ କୌଣସି ଡାକ୍ତର ନିଯୁକ୍ତି ନପାଇ ଏଥିରେ ତାଲା ଝୁଲୁଥିବା ଘଟଣା ସ୍ବାଭିମାନ ଅଞ୍ଚଳର ବାସ୍ତବ ଚିତ୍ର କୁ ପଦାରେ ପକାଇଛି ।

{"id":143060}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.