Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

IITର ମେଧାବୀ ଛାତ୍ରୀଙ୍କ ଆତ୍ମହତ୍ୟା : ଗର୍ଭସ୍ଥ ଶିଶୁର ନାଁ ରଖିବାକୁ ନେଇ ହୋଇଥିଲା କଳି

1/04/2020 at 3:59 PM

ପଟନା ୧/୪: ପଟନା ଆଇଆଇଟିରେ ଜୁନିୟର ରିସର୍ଚ୍ଚ ଫେଲୋ ଥିବା ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ୍ ଏକ ଭଡ଼ା ଘରୁ ଶନିବାର ବିଳମ୍ବିତ ସନ୍ଧ୍ୟାରେ ମହିଳାଙ୍କ ଶବ ଉଦ୍ଧାର କରିଛନ୍ତି। ମୃତକଙ୍କ ପରିଚୟ ପଟନା ଆଇଆଇଟିରେ ଇଲେକ୍ଟ୍ରିକାଲ୍ ବିଭାଗରେ ପିଏଚଡି କରୁଥିବା ଖୁସବୁ ବୋଲି ଜଣା ପଡ଼ିଛି। ୨୯ବର୍ଷ ବୟସ୍କ ଖୁସବୁ ରୋହତାସ ଜିଲ୍ଲାର ସଞ୍ଝୋଲି ଥାନା ଅଞ୍ଚଳର ଅ​‌ମେଠି ଗାଁ ବାସିନ୍ଦା ଶ୍ରୀମନ ନାରାୟଣଙ୍କ ପତ୍ନୀ ଥିଲେ।

କୁହାଯାଉଛି ଯେ ଭୋଜପୁରର ବଖୋରାପୁର ବାସିନ୍ଦା ଛବିନାଥ ସିଂହଙ୍କ ପତ୍ନୀ ଖୁସବୁଙ୍କ ବିବାହ ଶ୍ରୀମନ ନାରାୟଣ ସହ ବର୍ଷକ ତଳେ ହୋଇଥିଲା। ଘଟଣା ସମ୍ପର୍କରେ ସ୍ବାମୀ କହିଥିଲା ଯେ ଦୁହେଁ ରାଧୋପୁର ସ୍ଥିତ ସହଜାନନ୍ଦ ସରସ୍ବତୀ କଲୋନୀ କୁମାର କମ୍ପେକ୍ସ ଲଜରେ ଭଡ଼ାରେ ରହୁଥିଲେ। ଖୁସବୁ ଗର୍ଭବତୀ ଥିଲେ ଏବଂ ପିଲାର ନାଁ ରଖିବାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହା ପରେ ସେ ବାହାରକୁ ଚାଲିଯାଇଥିଲେ। ସେ ଘରକୁ ଫେରିବାରୁ ଦେଖିଥିଲେ ଯେ ତାଙ୍କ ପତ୍ନୀ ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ଏହି ଘଟଣାର ସୂଚନା ମହିଳାଙ୍କ ସ୍ବାମୀ ପୋଲିସକୁ ଦେଇଥିଲେ। ସ୍ବାମୀକୁ ଅଟକ ରଖାଯାଇଛି। ଏହା ସହିତ ଶବକୁ ପୋଷ୍ଟମର୍ଟମ ପଠାଯିବାର ବ୍ୟବସ୍ଥା କରାଯାଉଛି। ପୋଲିସ୍ ତଦନ୍ତ ଜାରି ରଖିଛି।

   Related Posts