ଡାକ୍ତରଖାନା ବାହାରେ ଅଟୋରେ ପ୍ରସବ କଲେ ମହିଳା, ଆସିଲେନି ନର୍ସ

Published By : Prameya-News7 Bureau | September 06, 2019 IST

ଭଦ୍ରକ୬|୯: ଅଟୋରେ ପ୍ରସବ କଲେ ମହିଳା । ଘଟଣା ଘଟିଛି ଭଦ୍ରକ ସହରରେ । ଭଦ୍ରକ ସହରର ପୁରୁଣା ବଜାର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଜଣେ ପ୍ରସୂତୀ ଅଟୋ ଭିତରେ ପ୍ରସବ କରିଛନ୍ତି ।ଗର୍ଭବତୀ ମହିଳା ଡାକ୍ତରଖାନାରେ ପହଞ୍ଚିସାରିଥିଲେ , ହେଲେ ଅଟୋରୁ ଓହ୍ଲାଇ ପାରିନଥିଲେ , ଆଉ ଏହି ସମୟରେ ନବଜାତ ଶିଶୁ ମାତୃ ଗର୍ଭରୁ ବାହାରି ଆସି ସେହି ଅଟୋରେ ପଡିଗଲା  ।

{"id":153999}

ପ୍ରସୂତୀଙ୍କ ସହ ଆସିଥିବା ଲୋକେ ଯାଇ ଡ୍ୟୁଟିରେ ଥିବା ନର୍ସକୁ ଡାକିଥିଲେ , ତବେ ନର୍ସ ଆସି ନଥିବା ଲୋକେ ଅଭିଯୋଗ କରିଛନ୍ତି । ନବଜାତ ଶିଶୁ ଓ ମାଆକୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇଯିବା ପାଇଁ ନର୍ସ ଜଣଙ୍କ କହିଥିଲେ ।

{"id":154000}

ଏହି ଘଟଣାକୁ ନେଇ ପୁରୁଣା ବଜାର ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତେଜନା ଦେଖାଦେଇଥିଲା । ଶେଷରେ ଆଟେଣ୍ଡାଂଟ ଆସି ନବଜାତ ଶିଶୁକୁ ଡାକ୍ତରଖାନାକୁ ନେଇଥିଲେ । 

{"id":154001}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.