ଗାଁକୁ ଆସିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

Published By : Prameya-News7 Bureau | July 27, 2019 IST

ନୂଆପଡା ୨୭|୭: ପୁଣି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ଚିତାରମା ଗାଁର ଘଟଣା । ଉଦନ୍ତି ନଦୀରେ ବ୍ରିଜ ନାହିଁ । ତେଣୁ ଆମ୍ବୁଲାନ୍ସ ଗାଁକୁ ଯାଇ ପାରୁନି । ସେଥିପାଇଁ ଗର୍ଭବତୀଙ୍କୁ ଉଦନ୍ତି ନଦୀରେ ଛାତିଏ ପାଣିରେ ବୋହି କରି ଆଣିଥିଲେ ପରିବାର ଲୋକେ । ନଦୀ ପାରି ହେବା ପରେ ସେଠାରେ ଥିବା ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ସିନାପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ମା’ ଗୃହରେ ଭର୍ତ୍ତି କରାଯଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.