Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଭାରରେ ବୋହି ନେବାବେଳେ ଅଧା ରାସ୍ତାରେ ପ୍ରସବ କଲେ ମହିଳା

6/08/2019 at 9:41 AM

ଉମରକୋଟ ୬|୮: ଗାଁକୁ ରାସ୍ତା ନାହିଁ, ପୁଣି ଥରେ ଭାରରେ ବୁହା ହେଲା ଗର୍ଭବତୀ । ତଥାପି ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଅଟୋରେ ଡାକ୍ତରଖାନା ଯିବା ବାଟରେ ପ୍ରସବ କଲେ ଗର୍ଭବତୀ ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡାକରିକୋଟ ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଗାଁର ପଦୁ ମାଝୀଙ୍କ ସ୍ତ୍ରୀ ସେବତୀ ମାଝୀଙ୍କର ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ପରିବାର ଲୋକେ ଏକ ଷ୍ଟ୍ରେଚରରେ ୬ କିଲୋମିଟର ବୋହି ଯୋଡାଆମ୍ବ ଗାଁ ଛକ ନିକଟକୁ ଆଣିଥିଲେ ।

କିନ୍ତୁ ଆମ୍ବୁଲାନ୍ସ ଆସିପାରିଲାନି । ଅଟୋରେ ପରିବାର ଲୋକେ ଡାକ୍ତରଖାନା ନେବା ବେଳେ ଅଧା ବାଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ବର୍ତ୍ତମାନ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।  

   Related Posts