ଝୁଲାରେ ବୁହାହେଲେ ପ୍ରସୂତୀ, ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ

Published By : Prameya-News7 Bureau | January 19, 2020 IST

ବାଲିଗୁଡା ୧୯।୧: କନ୍ଧମାଳ ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା। ଝୁଲାରେ ବୁହାହେଲେ ପ୍ରସୂତୀ । ଗାଁକୁ ରାସ୍ତାନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ ।

{"id":213342,"sizeSlug":"large"}

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ କରୁକୁଡପା ପଞ୍ଚାୟତର ସାନ୍ଦେବଣ୍ଡାଙ୍ଗି ଗାଁର ଆଶିଷ ଦିଗାଳଙ୍କ ସ୍ତ୍ରୀ ରଜନୀ ଦିଗାଲ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଫଳରେ ପରିବାରଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ଶେଷରେ ବାଧ୍ୟହୋଇ ଗ୍ରାମବାସୀ ଏକ ଟୋକେଇରେ ଝୁଲାକରି ଦୀର୍ଘ ତିନି କିଲୋମିଟର ବାଟ ସିନ୍ଧେପାଙ୍ଗାଲ ଗାଁକୁ ଆଣିବା ପରେ ଏକ ଅଟୋରେ ତୁମୁଡିବନ୍ଧ ମେଡିକାଲକୁ ନେଇଥିଲେ । ସେଠାରେ ପ୍ରସୂତୀ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.