ନଦୀରେ ନାହିଁ ପୋଲ, ଖଟିଆରେ ବୁହା ହେଲେ ପ୍ରସୂତୀ

Published By : Prameya-News7 Bureau | October 22, 2020 IST

କଳାହାଣ୍ଡି ୨୨।୧୦: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବଡପଡାର ଘଡେଇପେଟା ସାହିରୁ ମୁଖ୍ୟ ରାସ୍ତାକୁ ବଂଶଧାରା ନଦୀ ଯୋଗାଯୋଗ ବିଚ୍ଛିନ୍ନ କରୁଛି । ନଦୀରେ ପୋଲ ନ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇ ପାରୁନି ।

{"id":348693,"sizeSlug":"large"}

ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ପ୍ରସୂତୀକୁ ୧ କି.ମି. ଖଟିଆରେ ବୁହା ହୋଇ ନଦୀ ପାରି ହେବାକୁ ପଡିଛି । ପ୍ରସ୍ତୁତୀ ମହିଳା ବାସନ୍ତି ହରିଜନ ଲାଞ୍ଜିଗଡ ହସ୍ପିଟାଲରେ ଶିଶୁ ପୁତ୍ର ଜନ୍ମ ଦେଇ ସୁସ୍ଥ ଅଛନ୍ତି ।

{"id":348694,"sizeSlug":"large"}

ଦୀର୍ଘ ଦିନ ହେବ ନଦୀରେ ପୋଲ ନିର୍ମାଣ ଦାବି କରାଯାଉଥିଲେ ବି ପ୍ରଶାସନ ଅଣଦେଖା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୨୦୧୮ ମସିହାରେ ଏହି ନଦୀରେ ଜଣେ ଭାସି ଯାଇ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.