Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ଗର୍ଭବତୀ ; ମେଡିକାଲରେ ପହଞ୍ଚିବା ବେଳକୁ ଗର୍ଭସ୍ଥ ଶିଶୁ ମୃତ

7/10/2020 at 10:50 AM

ତେଲକୋଇ ୭।୧୦: ଭାରରେ ବୁହାହେଲେ ଗର୍ଭବତୀ । ସ୍ବାସ୍ଥ୍ୟବସ୍ଥାର ଏମିତି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ତେଲକୋଇ ବ୍ଲକ୍ ଶିବନାରାୟଣପୁର ଗୋଡା ପଞ୍ଚାୟତ ତମାଙ୍ଗ ଗାଁରେ ।

ସୂଚନାଯୋଗ୍ୟ ଯେ, ଗାଁର ଜଗା ଦେହୁରୀଙ୍କ ପତ୍ନୀ ନନ୍ଦିନୀ ଦେହୁରୀ ଗର୍ଭବତୀ ଥିଲେ । ଗତକାଲି ସେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ଗାଁର ପୁରୁଷ ଲୋକେ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ଆଣିବା ସମ୍ଭବ ହୋଇ ପାରି ନଥିଲା । ସେମାନେ ଗତକାଲି ଅପରାହ୍ନରେ ଭାରରେ ବୋହି ୪ କିଲୋମିଟର ଦୂର ପାହାଡ ତଳ ଗାଁ ହଳଦୀପାଣିକୁ ଆଣିବା ପରେ ଆମ୍ବୁଲାନ୍ସ ଦ୍ବାରା ତେଲକୋଇ ମେଡିକାଲ ନେଇଥିଲେ । ସେଠାରେ ଗର୍ଭବତୀ ନନ୍ଦିନୀ ମୃତ ଶିଶୁକୁ ଜନ୍ମ ଦେଇଥିଲେ ।

ଅଗମ୍ୟ ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ମାତୃତ୍ବ ପାଇଁ ମା’ ଗୃହରେ ରଖିବାର ବ୍ୟବସ୍ଥା ଥିଲେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ତାଙ୍କୁ କାହିଁକି ଏ ବ୍ୟବସ୍ଥାରେ ସାମିଲ କରାଗଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ଗର୍ଭବତୀ ମହିଳାଙ୍କ ସୁବ୍ୟବସ୍ଥା କରିଥିଲେ ମଧ୍ୟ ତାହା ସଠିକ୍ ଭାବେ ପରିଚାଳନା କରିବାରେ ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଥିବା ଦେଖିବାକୁ ମିଳିଛି ।

   Related Posts