Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଗାଁକୁ ନାହିଁ ରାସ୍ତା, ଯାଇପାରିଲାନି ଆମ୍ବୁଲାନ୍ସ : ଖଟିଆରେ ବୁହାହେଲେ ପ୍ରସୂତୀ

10/01/2020 at 7:09 AM

ସୁନ୍ଦରଗଡ ୧୦।୧: ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ୍ ସରଫଗଡ ପଂଚାୟତ ହାତିଟୁକୁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଅମ୍ରିତା ଆଇନ୍ଦ ନାମକ ଜଣେ ପ୍ରସୂତୀ ମହିଳା ଗତକାଲି ଅପରାହ୍ନରେ ଘରେ ରୋଷେଇ କରୁଥିବା ବେଳେ ହଠାତ୍ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା । ପରିବାର ଲୋକେ ନିଆଁ ଲାଗିବା ଦେଖି ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପୀଡିତା ମହିଳାଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରିନଥିଲା । ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ରହିଯାଇଥିଲା ।

ଆମ୍ବୁଲାନ୍ସ ଡ୍ରାଇଭର ଚାଲି ଚାଲି ଗାଁକୁ ଯାଇ ସଂପୃକ୍ତ ମହିଳାଙ୍କ ପରିବାରବର୍ଗଙ୍କ ସହ ମିଳି ମହିଳାଙ୍କୁ ଏକ ଖଟିଆରେ ବୋହି  ଆଣିଥିଲେ । ଆମ୍ବୁଲାନ୍ସ ପାଖକୁ ଆଣିବା ପରେ ମହିଳାଙ୍କୁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସବୁ ଗାଁକୁ ରାସ୍ତା ନିର୍ମ।ଣ କରାଯିବା ପାଇଁ ସରକାରୀ ସ୍ତରରେ ଯୋଜନା କରାଯାଉଥିବା ବେଳେ ରାସ୍ତା ଖରାପ ପାଇଁ ଆମ୍ବୁଲାନ୍ସ ଗାଁକୁ ଯାଇନପାରିବା ଏବଂ ରୋଗୀଙ୍କୁ ଖଟିଆରେ ବୁହା ହେବା ଏକ ଚିନ୍ତାର ବିଷୟ।

   Related Posts