ଭାରରେ ବୁହାହେଲେ ପ୍ରସୂତୀ : ଗାଁକୁ କାଦୁଅ ପଚପଚ ରାସ୍ତା ଥିବାରୁ ଆସିଲାନି ଆମ୍ବୁଲାନ୍ସ
30/10/2019 at 1:48 PM

ନୟାଗଡ ୩୦।୧୦: ନୟାଗଡରେ ଭାରରେ ବୁହାହେଲେ ଗର୍ଭବତୀ । ଗଁ।କୁ ରାସ୍ତା ନଥିବାରୁ ପ୍ରାୟ ୬ କି.ମି. କାଦୁଅ ରାସ୍ତାରେ ଦୋଳାରେ ବୁହାହେଲେ ଗର୍ଭବତୀ । କେନ୍ଦୁବଣିଆ ଗାଁର କୁଳମଣି ଡାକୁଆଙ୍କ ସ୍ତ୍ରୀ ସୁଲତା ଡାକୁଆଙ୍କର ଗତକାଲି ପ୍ରସବ ଯନ୍ତ୍ରଣା ହୋଇଥିଲା ।
ଗତ କିଛି ଦିନ ହେଲା ବର୍ଷ। ହେଉଥିବାରୁ ଗାଁର ପ୍ରାୟ ୬କିଲୋମଟରି ରାସ୍ତା ସମ୍ପୂର୍ଣ୍ଣ ଭାବେ କାଦୁଅ ପଚପଚ ହୋଇ ରହିଛି । ଗାଡି ଯିବା ଦୂରର କଥା ଚାଲିକି ଯିବା ବି ଏହି ରାସ୍ତାରେ କଷ୍ଟକର । ଗ୍ରାମବାସୀ ବାଧ୍ୟହୋଇ ଏକ ଭାରରେ ସୁଲତାଙ୍କୁ ବୋହି ଆଣିବା ପରେ କରଡାପଲ୍ଲି ନିକଟରୁ ଏକ ଅଟୋରେ ମହିପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ସୁଲତ ଏକ ପୁତ୍ର ସନ୍ତ।ନ ଜନ୍ମ ଦେଇଛନ୍ତି । ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।
ଅଟୋକୁ ଫୋନ୍ କରିଥିଲେ ମଧ୍ୟ ରାସ୍ତା ଖରାପ ଥିବାରୁ ସେ ମନା କରିଦେଇଥିଲା । ତେଣୁ ୧୦୮ ଆମ୍ବୁଲାନ୍ସକୁ ଆଉ ଫୋନ୍ କରିନଥିଲେ ବୋଲି ପ୍ରସୂତୀଙ୍କ ସ୍ବାମୀ କହିଛନ୍ତି । ସେପଟେ ସମସ୍ୟାକୁ ସ୍ବୀକାର କରିଛନ୍ତି ନୂଆଗଁ। ବ୍ଲକ୍ ଚେୟାରମ୍ୟାନ୍ । ଏହି ରାସ୍ତା ନିର୍ମ।ଣ ପାଇଁ ଅନୁମୋଦନ ମିଳିଛି ଏବଂ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି ।