ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ, ୩ କି.ମି. ଖଟିଆରେ ବୁହାହେଲେ ଗର୍ଭବତୀ

Published By : Prameya-News7 Bureau | September 01, 2019 IST

ମାଲକାନଗିରି ୧: ସ୍ବାସ୍ଥ୍ୟସେବାର କରୁଣ ଚିତ୍ର । ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ମାଲକାନଗିରି ଜିଲ୍ଲା ଖାଇରପୁଟ ବ୍ଲକ ଅମଳାଭଟ୍ଟ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ପ୍ରତିମା ସାହୁ ଗର୍ଭଯନ୍ତ୍ରଣା ପାଇବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା । ତେଣୁ ବାଧ୍ୟ ହୋଇ ପରିବାର ଲୋକ ତାଙ୍କୁ ତିନି କିଲୋମିଟର ଖଟିଆରେ ବୁହାଇଛନ୍ତି । ପରେ ଡାକ୍ତରଖାନାରେ ପହଁଞ୍ଚିବା ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି । ବର୍ତ୍ତମାନ ଉଭୟ ମାଆ ଛୁଆ ସୁସ୍ଥ ଥିବା ଜଣା ପଡ଼ିଛି । ତେବେ ମାଲକାନଗିରିରେ ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.