ଗାଁକୁ ରାସ୍ତା ନ ଥିବାରୁ ପୁଣି ଭାରରେ ବୁହା ହେଲେ ଗର୍ଭବତୀ

Published By : Prameya-News7 Bureau | July 29, 2019 IST

କଳାହାଣ୍ଡି ୨୯/୭: ଗାଁକୁ ରାସ୍ତା ନ ଥିବାରୁ ପୁଣି ଭାରରେ ବୁହା ହେଲେ ଗର୍ଭବତୀ । ଜଗଂଲି ପାହାଡି ରାସ୍ତା ଦେଇ ୩କିମି ବୁହା ହେଲା ପରେ ୧୦୨ ଗାଡିରେ ପହଂଚିଛନ୍ତି  ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ହେଲେ ୮ମାସର ଗର୍ଭବତୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ  ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି ।

{"id":138515}

ଗତକାଲି ଠାରୁ ଲଗାଣ ବର୍ଷାରେ ଛଚାନ ନଦୀରେ ପ୍ରବଳ ଜଳ ପ୍ରବାହ ଫଳରେ ଜୟପାଟଣା ଠାରୁ ମାତ୍ର ୭କିମି ଦୁରରେ ଅବସ୍ଥିତ ନାଗୁପଡା ଯୋଗାଯୋଗ ବିଚ୍ଚିନ୍ନ ହୋଇଥିଲା । ଛଚାନ ନଦୀରେ ପୋଲ ନ ଥିବାରୁ ବର୍ଷ ତମାମ ଗ୍ରାମବାସୀ ଏହି ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି । ଆଜି ନାଗୁପଡାର ଆଠ ମାସ ଗର୍ଭବତୀ ଗୁରୁତର ହୋଇଥିବା ବେଳେ ପୋଲ ନ ଥିବାରୁ ଗାଁ କୁ ଆସି ପାରି ନଥିଲା ୧୦୮ ଏମ୍ବୁଲାନ୍ସ । ଫଳରେ ଗୁରୁତର ରମଣୀ ନାଏକଙ୍କୁ ପରିବାର ଲୋକ ପାହାଡ ରାସ୍ତା ଦେଇ ୩ କିମି ବୋହିବା ପରେ ପିପଲଗୁଡାରୁ ୧୦୨ଗାଡି ଜୟପାଟଣା ପହଂଚାଇଥିଲା । ହେଲେ ଇତି ମଧ୍ୟରେ ଗର୍ଭବତୀଙ୍କ  ଅବସ୍ଥା ଶୋଚନୀୟ ହେବାରୁ ଡାକ୍ତର ତାଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରିଛି ।

{"id":138516}

ନାଗୁପଡାରେ ପ୍ରାୟ ୫୦୦ ଲୋକଙ୍କ ଜନବସତି ରହିଛି । ଗତ ପଚଂ।ୟତ ନିର୍ବ।ଚନ ତଥା ସାଧାରଣ ନିର୍ବ।ଚନରେ ଗ୍ରାମବାସୀ ଭୋଟ ବର୍ଜନ କରି ଆସୁଛନ୍ତି ପୋଲ ନିର୍ମ।ଣ ଦାବିରେ ହେଲେ ପ୍ରଶାସନ ନା ସରକାର କେହି  ଶୁଣୁ ନାହାନ୍ତି । ଫଳରେ ଭାରରେ ବୁହା ହୋଇଛନ୍ତି ଗର୍ଭବତୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.